ଶୁଳ୍କ ଆଟାକ୍ ପରେ ଟ୍ରମ୍ପଙ୍କୁ କଡା ଜବାବ ଦେଲେ ମୋଦି

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ଟାରିଫ ଯୁଦ୍ଧକୁ ତୀବ୍ର କରିଥିବାର ଦିନକ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ବାର୍ତ୍ତା ଦେଇ କହିଛନ୍ତି ଯେ ଭାରତ କେବେ ବି ତା’ର ଚାଷୀ ଓ ମତ୍ସ୍ୟଜୀବୀଙ୍କ ସ୍ବାର୍ଥ ସହ ଆପୋଷ କରିବ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କୁ ଏଥିପାଇଁ ବ୍ୟକ୍ତିଗତ ଭାବେ ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ, କିନ୍ତୁ ସେ ଏଥିପାଇଁ ପ୍ରସ୍ତୁତ।ଦିଲ୍ଲୀରେ ଆୟୋଜିତ ଏମଏସ ସ୍ବାମୀନାଥନ ଶତବାର୍ଷିକୀ ଆନ୍ତର୍ଜାତୀୟ ସମ୍ମିଳନୀରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ଏହି କଥା କହିଛନ୍ତି |ପୂର୍ବ ଘୋଷଣା ଅନୁସାରେ ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ ହୋଇଛି । ଅଗଷ୍ଟ ୨୭ରୁ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲାଗୁ ହେବ । ଆମେରିକା କହିଛି, ଋଷରୁ ଭାରତ ତେଲ ଆମଦାନୀ କରୁଥିବାରୁ ଜବାବରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢନ୍ତୁ