ଗୁରୁବାର ବିଧାନସଭା ଶୂନ୍ୟକାଳରେ ରେଭେନ୍ସା ପ୍ରସଙ୍ଗ ଉଠାଇଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। ରେଭେନ୍ସା କଲେଜର ନାଁ ପରିବର୍ତ୍ତନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଛନ୍ତି ।ତେବେ ସେ ରେଭେନ୍ସା ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ସ୍ୱାଧୀନତା ସଂଗ୍ରାମୀ ମାନେ ଯେଉଁଠି ପ୍ରଶ୍ନ କରିନଥିଲେ ସେଠାରେ ଅତୀତର ଇତିହାସକୁ ବର୍ତ୍ତମାନର ପୀଢି କାହିଁକି ତର୍ଜମା କରିବେ।
ଇତିହାସକୁ ବିକୃତ କରୁଥିବାରୁ ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି।ରେଭେନ୍ସା ତାଙ୍କ କାର୍ଯ୍ୟକାଳରେ ଓଡ଼ିଆ ପଢ଼ାଯିବା ଲାଗି ବିଶେଷ ଗୁରୁତ୍ୱ ଦେଇଥିଲେ। ରେଭେନ୍ସାଙ୍କ ଉଦ୍ୟମକୁ ସେତେବେଳେ ବ୍ୟାସକବି ଫକୀର ମୋହନ ସେନାପତି ଓ ଗୌରୀଶଙ୍କର ରାୟ ମଧ୍ୟ ପ୍ରଶଂସା କରିଥିଲେ। ସେ ଚାହିଁ ନ ଥିଲେ ତାଙ୍କ ନାଁରେ ରେଭେନ୍ସା କଲେଜ ହେଉ। ତେଣୁ ମୁଖ୍ୟମନ୍ତ୍ରୀ ଏ ନେଇ ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ।