ଶେଷରେ ଗିରଫ ହେଲେ କେନ୍ଦୁଝର DFO ନିତ୍ୟାନନ୍ଦ ନାୟକ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଗତ ତିନି ଦିନ ଧରି ରେଡ୍ କରିଥିଲା ଭିଜିଲାନ୍ସ । । ଅନୁଗୁଳ ଛେଣ୍ଡିପଦାରେ ତାଙ୍କର ଆଉ ଏକ ଫାର୍ମ ହାଉସ ଠାବ ହୋଇଛି । ୩ ଏକର ଜମିରେ ଥିବା ଫାର୍ମ ହାଉସର ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ଅନୁମାନ କରାଯାଇଛି ।
ଗତକାଲି ଚଢଉର ଦ୍ବିତୀୟ ଦିନରେ ତାଙ୍କ ଘରୁ ସାଢେ ୮ ଲକ୍ଷ ଟଙ୍କା, ରିଭଲଭର , ବ୍ୟାଙ୍କ ଓ ଜମିଜମା କାଗଜପତ୍ର ଜବତ କରାଯାଇଛି । ବ୍ୟାଙ୍କରେ ୫୦ ଲକ୍ଷରୁ ଅଧିକ ଟଙ୍କା ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଖଟ ତଳେ ଏକ ବକ୍ସ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଥିବାବେଳେ ଏକ ବକ୍ସରୁ ସାଢେ ୮ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ନୋଟ ବିଡ଼ା ମିଳିଥିଲା । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରବିବାରଠାରୁ DFO ନିତ୍ୟାନନ୍ଦ ନାୟକଙ୍କର ୭ଟି ଠିକଣାରେ ଭିଜିଲାନସ୍ ଚଢ଼ାଉ ଜାରି ରଖିଛି ।ସେହିପରି ଅନୁଗୁଳ ଛେଣ୍ଡିପଦା ରେ ଏକ ଫାର୍ମ ହାଉସ ଠାବ ହୋଇଛି । ଏକ ଏକର 50 ଡେସିମିଲର ଫାର୍ମ ହାଉସ ରହିଛି । ସେଥିରେ 1432 ସ୍କୋୟାରଫୁଟ୍ ର ଆଉଟ ହାଉସ, 314ସ୍କୋୟାର ଫୁଟ୍ ର ଏକ ଘର, ଗୋଟିଏ ପୋଖରୀ, ଦୁଇଟି ବୋରୱେଲ, ସହ ସହ ନଡ଼ିଆ ଗଛ, କଦଳୀ ଗଛ, ଏବଂ ଆମ୍ବ ଗଛ ରହିଛି । ଡିଏଫଓ ନିତ୍ୟାନନ୍ଦ ନାୟକ ନିଜ ଓ ପରିବାର ଲୋକଙ୍କ ନାଁରେ ୧୧୫ଟି ପ୍ଲଟ ଥିବା ସୂଚନା ରହିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ବାନ୍ଧିଲା ଭିଜିଲାନ୍ସ ।
