ଶେଷରେ କାବୁ ହେଲା ତୀର ମାରୁଥିବା ଯୁବକ ।

ସୁନ୍ଦରଗଡ଼ ମହୁଲପଦା ଥାନା ବଡ଼ଜଲ ପ୍ରାଥମିକ ସ୍କୁଲରୁ କାବୁ ହେଲା ଯୁବକ । ଲୁହା ଓ ଷ୍ଟିଲ କବାଟକୁ ଢାଲ କରି ଧରିଲେ ସୁରକ୍ଷା କର୍ମୀ । ଧନୁତୀର ଧରି ସ୍କୁଲକୁ ୫ ଦିନ ହେଲା ଅକ୍ତିଆରରେ ରଖିଥିଲା ଯୁବକ । ତୀରମାଡ଼ରେ ଆଇଆଇସି ଓ ପ୍ରଧାନ ଶିକ୍ଷକ ଆହତ ହୋଇଥିଲେ । ପାଖାପାଖି ୧୮ଟି ତୀର ପୋଲିସ ଉପରକୁ ଚଳାଇଥିଲା ଯୁବକ । ତୀରକୁ ଜବତ କରିଛି ପୋଲିସ । ଅନ୍ୟପଟେ ଯୁବକ ସ୍କୁଲକୁ କବଜା କରିବା ପରେ ତିନି ଦିନ ହେଲା ଅନ୍ୟ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଘଟଣାକୁ ଗୁରୁତ୍ୱ ସହକାରେ ନେଇ ଘଟଣାସ୍ଥଳରେ ଏସଡିପିଓଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୋଲିସ କୁକୁର ଉପସ୍ଥିତ ଥିଲେ । ରାତି ସାରା ପ୍ରୟାସ ପରେ ମଧ୍ୟ ସ୍କୁଲରେ ଲୁଚି ରହିଥିଲା ଯୁବକ । ହେଲେ ସେ ଯୁବକ କାହିଁକି ଏମିତି କରୁଛି ତାହା କେହି କହିପାରୁ ନଥିଲେ । ହେଲେ ବୁଧବାର ପ୍ରଥମ ଥର ଲାଗି ଛାତକୁ ଆସି ୮ପୃଷ୍ଠାର ବିଭିନ୍ନ ସମସ୍ୟା ଉପରେ ଲେଖିଥିଲା ଯୁବକ ଓ ୧୦୦ କୋଟି ନେବା ପାଇଁ କହିଥିଲା । ଶେଷରେ ପୋଲିସ ହାତରେ ଧରାପଡ଼ିଛି ।

ଅଧିକ ପଢନ୍ତୁ