ଶୈଳ ଶ୍ରୀକ୍ଷେତ୍ରରେ ଲୋକାର୍ପିତ ହେଲା ଜଗନ୍ନାଥ ଭଜନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଇଣ୍ଡିଆନ ମ୍ୟୁଜିକ କ୍ରିଏସନ,ନୟାଗଡ଼ ଦ୍ୱାରା ପ୍ରଯୋଜିତ ଭଜନ ‘ଆକାଶ ପରି ମୁହଁକୁ ଶଗଡ଼ ପରି ଆଖି’ ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରରେ ଲୋକାର୍ପିତ ହୋଇଯାଇଛି। ଆକାଶବାଣୀ କଟକ କେନ୍ଦ୍ରର ସ୍ୱୀକୃତି ପ୍ରାପ୍ତ ଗୀତିକାର ବିରଞ୍ଚିନାରାୟଣ ତ୍ରିପାଠିଙ୍କ ରଚିତ ଏହି ଭଜନ ଗୁଡିକରେ କଣ୍ଠଦାନ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଲକୋ ଜେନେରାଲ ମ୍ୟାନେଜର ଇଂ ଦିଲ୍ଲୀପ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଗୀତିକାର ତଥା କବିଜ୍ୟୋତି ନିରଞ୍ଜନ ପତି ପ୍ରମୁଖ ଉପସ୍ଥିତ ଥିବା ବେଳେ କବି ଅଶୋକ ମଲ୍ଲ, ପ୍ରଶାନ୍ତ ପଟ୍ଟନାୟକ, ଲକ୍ଷ୍ମୀଧର ସାହୁ ସହଯୋଗ କରିଥିଲେ। ପ୍ରଶାନ୍ତ କୁମାର ଦାଶଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଉପଲବ୍ଧ ଏହି ଭଜନ ଗୁଡିକ ବେଶ ଲୋକପ୍ରିୟ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital