ଶ୍ମଶାନରୁ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ସତ୍ୟନଗର ଶ୍ମଶାନରୁ ପୁଲିସ ଶନିବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି। ମୃତା ମହିଳା ହେଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ସ୍ତ୍ରୀ।ମୃତ ମହିଳାଙ୍କ ସମ୍ପର୍କୀୟ ଜାଣିବା ପରେ ପୋଲିସକୁ ନେଇ ଶ୍ମଶାନକୁ ଆସିଥିଲେ । ଶ୍ମଶାନରୁ ଅଧାପୋଡା ମୃତଦେହ ଜବତ କରିଛି ପୋଲିସ । ପୋଷ୍ଟମର୍ଟମ ନକରି ଶବଦାହ କରାଇବା ଅଭିଯୋଗରେ ଜବତ ହୋଇଛି । ସମ୍ପତ୍ତି ପାଇଁ ବୋହୁ ଶାଶୂଙ୍କ ମାରି ଦେଇଥିବା ଅଭିଯୋଗ ହେଇଥିବା ବେଳେ , ବୋହୁଙ୍କ ଅଭିଯୋଗ ଆମ ସମ୍ପର୍କୀୟ ସମ୍ପତ୍ତି ପାଇଁ ମିଛ କହିଛନ୍ତି । ଘରେ ଶାଶୂଙ୍କ ସମ୍ପର୍କୀୟ ଲୋକ ଅନେକ ବର୍ଷ ଧରି ମତେ ନିର୍ୟାତନା ଦେଇ ଆସୁଥିବା ଅଭିଯୋଗ କରିଥିବା ହେତୁ ସିଏ କାହାକୁ କିଛି ନକହି ଶେଷକୃତ୍ୟ କରୁଥିବା କହିଛନ୍ତି । ଅନ୍ୟପଟେ ବୋହୁ ଶାଶୂଙ୍କୁ ନିର୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସାନ ଭଉଣି । ଘଟଣା ସ୍ଥଳରେ ଖାରବେଳନଗର ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ

kc ads