ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ ସିଲିଣ୍ଡର। ସେମାନଙ୍କ ପାଇଁ ୫ କେଜି ସିଲିଣ୍ଡର କଟକଣା ଲାଗୁ ହେବନି । ସେମାନେ ପରିଚୟପତ୍ର ଦେଖାଇଲେ ତାଙ୍କୁ ୫ କେଜି ଏଲପିଜି ମିଳିବ।ସୂଚନାଯୋଗ୍ୟ ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ଗ୍ୟାସ୍ ଯୋଗାଣରେ ଅଙ୍କୁଶ ଲଗାଯାଇଛି । ଖାସ୍ କରି ଖୋଲା ବଜାରରେ ମିଳୁଥିବା ଗ୍ୟାସ୍ ଦର ଅଚାନକ ବଢିବା ସହ ଗ୍ରାହକଙ୍କୁ ମିଳିବା ମଧ୍ୟ କଷ୍ଟ ହେଉଥିଲା । ଏସବୁ ଭିତରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରବିବାର ଦିନ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ କି, ଗ୍ୟାସ୍ ସଙ୍କଟକୁ ଦୃଷ୍ଟିରେ ରଖି ଏଣିକି ଖୋଲା ବଜାରରେ ଗ୍ୟାସ୍ ବିକ୍ରି ଉପରେ କଟକଣା ଜାରି କରାଯାଇଛି । ଖୋଲା ବଜାରରେ ଆଉ ଗ୍ୟାସ୍ ବିକ୍ରି କରାଯାଇପାରିବନାହିଁ । ଏହାସହିତ ୫ କେଜି ବାଲା ଗ୍ୟାସ ସିଲିଣ୍ଡରରେ ବି ଗ୍ୟାସ୍ ଭର୍ତ୍ତି କରାଯିବନାହିଁ । ଗ୍ୟାସ୍ ବିକ୍ରି ନେଇ E-Kyc କରାଯିବ । କେବଳ ଯାହା ନାଁରେ କାର୍ଡ ଥିବା, ସେମାନେ ହିଁ ଗ୍ୟାସ୍ ଏଜେନ୍ସିରୁ ଗ୍ୟାସ ଟାଙ୍କି ନେଇପାରିବେ । ଅନେକ ସମୟରେ ଘରୋଇ ଗ୍ୟାସ୍ ଟାଙ୍କି ବାହାରେ ଚୋରାରେ ବ୍ୟବସାୟୀଙ୍କୁ ବିକ୍ରି କରାଯାଉଛି। ଇ-କେୱାଇସି କଲେ ଏହା ଉପରେ ଅଙ୍କୁଶ ଲାଗି ପାରିବ। ନକଲି ସଂଯୋଗ କରିଥିବା ଉପଭୋକ୍ତା ଚିହ୍ନଟ ହୋଇପାରିବେ। ଜଣେ ବ୍ୟକ୍ତିଙ୍କ ନାମରେ ଏକାଧିକ ଗ୍ୟାସ ସଂଯୋଗ ଏବଂ ମୃତ ବ୍ୟକ୍ତିଙ୍କ ନାମରେ ଥିବା ଗ୍ୟାସ୍ ସଂଯୋଗକୁ ବନ୍ଦ କରାଯାଇପାରିବ। ଯେଉଁମାନେ ରିଆତି ପାଇବାକୁ ଯୋଗ୍ୟ ସେମାନଙ୍କୁ ସୁନିଶ୍ଚିତ କରିବାକୁ ଇ-କେୱାଇସି ପଦକ୍ଷେପ ନିଆଯାଇଛି।
