ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ

ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ଦେବଦେବ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ଆ ଭକ୍ତ । ତେବେ ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ। ହଜାର ହଜାର ଶ୍ରଦ୍ଧାଳୁ ଓ କାଉଡିଆମାନେ କଂକ୍ରିଟ ସେତୁ ଦେଇ ଆସି ବାବା ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି । ବିଶ୍ଵାସ ରହିଛି ଯେ, ଧବଳେଶ୍ଵରଙ୍କ ମସ୍ତକରେ ଜଳଲାଗି କଲେ ମାନସିକ ପୂରଣ ହୋଇଥାଏ । ସେଥିପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥାନ୍ତି ଏହି ପବିତ୍ର ପୀଠକୁ। ବୋଲବମ୍ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital