ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ବିଜ୍ଞାନ ମେଳା

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ନୂଆ ରାଜବାଟୀ ପରିସରରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ ବିଜ୍ଞାନ ପ୍ରକଳ୍ପ ମେଳା ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠୀ ଯୋଗଦାନ କରି ବିଜ୍ଞାନ ମେଳାକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ ବସନ୍ତ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ଶତପଥୀ,ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ବାରିକ, ପ୍ରତାପ ଶତପଥୀ, ପ୍ରକାଶ ସାହୁ,ପ୍ରସନ୍ନ ରଥ, ପୂର୍ଣ୍ଣିମା ତ୍ରିପାଠୀ,ଲକ୍ଷ୍ମୀଧର ସାହୁ, ଡ. ବୃନ୍ଦାବନ ବେହେରା,ପଦ୍ମ ଚରଣ ସାହୁ ପ୍ରମୁଖ ଯୋଗଦାନ କରି ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିଥିବା କୁନି କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିବା ସହିତ ବିଜ୍ଞାନ ମେଳା ପିଲାମାନଙ୍କୁ ବୈଜ୍ଞାନିକ ଗବେଷଣା ଓ ଉଦ୍ଭାବନ ପାଇଁ ପ୍ରେରଣା ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷାକେନ୍ଦ୍ରରେ ଅଧ୍ୟୟନରତ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ବିଜ୍ଞାନ ମେଳାରେ ଭାଗ ନେଇ ନିଜ ନିଜ ପ୍ରକଳ୍ପ ଗୁଡ଼ିକୁ ପ୍ରଦର୍ଶିତ କରିଥିବା ବେଳେ ବିଦ୍ୟାଳୟ ପରିଚାଳକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

ଅଧିକ ପଢନ୍ତୁ