ଶ୍ରୀଜଗନ୍ନାଥ ସେବା ନାମରେ ସାଇବର ଠକେଇ l ଶ୍ରୀଜଗନ୍ନାଥଙ୍କ ନାମରେ ଫେକ ୱେବସାଇଟ କରି ପୂଜା ପାଇଁ ବିଜ୍ଞପ୍ତି l ଏମିତି ଖବର ଏବେ ଭାଇରଲ ହୋଇଛି ସୋସିଆଲ ମିଡିଆରେ l ଅନଲାଇନରେ ବିଭିନ୍ନ ପୂଜାର ଦର ଦିଆଯାଇଛି l ସାଧାରଣ ଦର୍ଶନ ପୂଜା ପାଇଁ ୨୫୦୦ ଟଙ୍କା, ଚତୁର୍ଦ୍ଧା ବିଗ୍ରହଙ୍କ ପୂଜା ପାଇଁ ୪ ହଜାର ୭୫୦ ଟଙ୍କା, ସ୍ଵତନ୍ତ୍ର ଅଭିଷେକ ପୂଜା ପାଇଁ ୭ ହଜାର ୫୦୦ ଟଙ୍କା, ତୁଳସୀ ଦାନ ପୂଜା ପାଇଁ ୫ ହଜାର ୫୦୧ ଟଙ୍କା ଦେୟ ଦେବାକୁ ପଡ଼ିବ । କେବଳ ଭାରତୀୟ ମୁଦ୍ରା ନୁହେଁ ଡଲାରରେ ମଧ୍ୟ ଦେୟ ଦେବା ଲାଗି ୱେବସାଇଟ୍ରେ ବିକଳ୍ପ ରହିଛି । ସମ୍ପୃକ୍ତ ସଂସ୍ଥାର ସ୍ଵୀକୃତିପ୍ରାପ୍ତ ପୂଜାରୀ ଶ୍ରୀମନ୍ଦିରରେ ପୂଜା କରିବେ । ଏନେଇ ୱେବସାଇଟ୍ରେ ଦାବି କରାଯାଇଛି ।’ପୂଜା ପରିସେବା’ ନାମକ ଏକ ଆପ୍ ମାଧ୍ୟମରେ ଏଭଳି ବିଜ୍ଞାପନ ଦିଆଯାଇଛି। ଚାରି ପ୍ରକାରର ପୂଜା ପାଇଁ ଅଲଗା ଅଲଗା ପ୍ରକାର ମୂଲ୍ୟ ରହିଛି। ତେବେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ। ଶ୍ରୀମନ୍ଦିରରେ ଅନଲାଇନର ଏଭଳି କୌଣସି ବ୍ୟବସ୍ଥା ନାହିଁ। ଭକ୍ତମାନେ ବାରମ୍ବାର ଅନଲାଇନରେ ଠକେଇ ହେଉଛନ୍ତି। ତୁରନ୍ତ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ଏଭଳି ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସେବାୟତ। ତେବେ ପୂଜା ପରି ସେବା ଡଟ କମ୍ ନାମକ ଏକ ଅନଲାଇନ ଆପ୍ଲିକେସନ ସୋସିଆଲ ମିଡିଆରେ ଘୁରି ବୁଲୁଚି । ତେବେ ଏହାକୁ ବିଶ୍ୱାସ ନ କରିବା ପାଇଁ ଅପିଲ କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ । ଏହା ଉପରେ ତଦନ୍ତ ଚାଲିଛି , ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି ।
