ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଘଟଣା

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିଥିବା ନେଇ ସୂଚନା ମିଳିବ ପରେ ସିଂହଦ୍ବାର ପୁଲିସ ସେମାନେ ରହୁଥିବା ହୋଟେଲ ଯାଞ୍ଚ କରୁଛି। ତେବେ ୪ଜଣ ମନ୍ଦିରକୁ ପ୍ରବେଶ କରିଥିବାବେଳେ ଆଉ ୫ଜଣ ବାହାରେ ଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ପ୍ରବେଶ କରିଥିବା ୪ଜଣ ଅଣହିନ୍ଦୁଙ୍କୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ କର୍ମୀ ସେମାନଙ୍କୁ ଧରି ସିଂହଦ୍ବାର ପୁଲିସ ଜିମାରେ ଦେଇଛନ୍ତି। ପୁଲିସ ସମସ୍ତ ୯ଜଣ ଅଣହିନ୍ଦୁଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ୯ଜଣଙ୍କ ମଧ୍ୟରୁ ବାଂଲାଦେଶ ପାସପୋର୍ଟ ମିଳିଛି। ଶ୍ରୀମନ୍ଦିର ଭିତରକୁ ଯାଇଥିବା ୫ ଜଣଙ୍କ ଭିତରେ ଜଣେ ଅଛନ୍ତି ହିନ୍ଦୁ। ବାକି ୪ ଜଣ ଅଣ ହିନ୍ଦୁ। ଅଭିଯୋଗ ଅନୁସାରେ ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ମହାପ୍ରସାଦ ସେବନ କରିଛନ୍ତି।

ଆଉ ଶ୍ରୀମନ୍ଦିରରୁ ବାହାରିବାବେଳେ ସାଥୀରେ ମହାପ୍ରସାଦ ଧରି ବାହାରୁଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଅଣହିନ୍ଦୁଙ୍କ ପାସପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯାଉଛି ବୋଲି ପୁରୀ ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଂପୃକ୍ତ ଅଣହିନ୍ଦୁ ବାଂଲାଦେଶର ବାସିନ୍ଦା । ତେଣୁ ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରାଯାଉଛି। ଶ୍ରୀମନ୍ଦିର ଭିତରେ କେମିତି ପ୍ରବେଶ କଲେ ଏବଂ କେଉଁ ସ୍ଥାନ ସବୁ ବୁଲିଥିଲେ । ସେନେଇ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି।

ଅଧିକ ପଢନ୍ତୁ