ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ମହାସ୍ନାନ

ଦୁର୍ଗାପୂଜାରେ ଅଘଟଣ। ଶ୍ରୀମନ୍ଦିର କଳାହାଟ ଦ୍ୱାର ନିକଟରେ ପଡ଼ିଲା ରକ୍ତଛିଟା।ଜଣେ କର୍ମଚାରୀଙ୍କ ହାତ ଚାପି ଯିବାରୁ ରକ୍ତସ୍ରାବ ହୋଇଥିଲା । ଏହାକୁ ନେଇ ଶନିବାର ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଯାଇଛି। ଏହାକୁ ନେଇ ଅପରାହ୍ନରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥିଲା ।ସୂଚନା ଯୋଗ୍ୟ ଯେ ଆସନ୍ତାକାଲି ବିଜୟା ଦଶମୀରେ ସୁନାବେଶରେ ସଜେଇ ହେବେ ମହାପ୍ରଭୁ। ହଜାର ହଜାର ଭକ୍ତ ରତ୍ନସିଂହାସନରେ ଠାକୁରଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିବେ । ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମ ଓ କୃଷ୍ଣଙ୍କ ବୀରବେଶ ଅନୁଷ୍ଠିତ ହେବ । ବିଜୟା ଦଶମୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ବୀରବେଶ ଧାରଣ କରି ଦଶହରା ପଦା (ଜଗନ୍ନାଥ ବଲ୍ଲଭ ମଠ ସମ୍ମୁଖ)କୁ ବିଜେ କରିଥା’ନ୍ତି।

ଅଧିକ ପଢନ୍ତୁ