ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର।

ଆଜି ପ୍ରଥମାଷ୍ଟମୀ। ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର। ଏନେଇ ଶ୍ରୀଜିଉଙ୍କ ମାମୁଘର ନିଆଳିରୁ ଶ୍ରୀମନ୍ଦିରକୁ ଆସିଛି ପୋଢୁଆଁ ଭାର।ପ୍ରତ୍ୟେକ ଓଡିଆ ଘରେ ପ୍ରଥମା ଅଷ୍ଟମୀ ଏକ ପ୍ରମୁଖ ପର୍ବ । ପୋଢ଼ୁଆ ଅଷ୍ଟମୀରେ ପିଠାମିଠାରେ ମହକୁଛି ଘରଦ୍ବାର ।ପ୍ରଥମାଷ୍ଟମୀ ପାଇଁ ପୂରପଲ୍ଲୀରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ଅନୁଷ୍ଠିତ ହୋଇଛି ପୂଜାବିଧି । ମା’ମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିବା ସହ ଜ୍ୟେଷ୍ଠ ସନ୍ତାନକୁ ନୂତନ ବସ୍ତ୍ର ପିନ୍ଧାଇ ଫୁଲଚନ୍ଦନରେ ବନ୍ଦାପନା କରିଛନ୍ତି ।

ଅଧିକ ପଢନ୍ତୁ