ଶ୍ରୀମନ୍ଦିରରେ ପୁଲିସ କର୍ମଚାରୀଙ୍କୁ ଜଣେ ବଙ୍ଗୀୟ ପର୍ଯ୍ୟଟକ ଶନିବାର ମାଡ ମାରିଛନ୍ତି । ଜଣେ ଜେଟିପିଙ୍କୁ ପର୍ଯ୍ୟଟକ ମାଡ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି । ଘଣ୍ଟିଦ୍ୱାର ନିକଟରେ ପ୍ରବେଶକୁ ନେଇ ବଚସା ପରେ ପିଟିଛନ୍ତି । ପୋଲିସ ଆହତ ଜେଟିପି ଓ ବଙ୍ଗୀୟ ଭକ୍ତଙ୍କୁ ରଖି ପଚାରଉଚରା ଜାରି ରଖିଛି । ଶ୍ରୀମନ୍ଦିର ଜେଟିପି ଗୁପ୍ତେଶ୍ୱର ରାଉତରାୟଙ୍କ କହିବା ଅନୁସାରେ ଆଜି ସକାଳ ୯ଟା ସମୟରେ ସେ ଶ୍ରୀମନ୍ଦିର ଘଣ୍ଟି ଦ୍ୱାରରେ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଦାୟିତ୍ୱରେ ଥିଲେ ।
ଏହି ସମୟରେ କିଛି ବଙ୍ଗୀୟ ଭକ୍ତ ପ୍ରସ୍ଥାନ ବାଟ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଏହାକୁ ବାରଣ କରିଥିଲେ ଘଣ୍ଟି ଦ୍ୱାର ନିକଟରେ ନିୟୋଜିତ ଜେଟିପି ଗୁପ୍ତେଶ୍ୱର । ବାରଣ କରିବାରୁ ବାଙ୍ଗୀୟ ଭକ୍ତମାନେ ଏହାକୁ ନମାନି ଉତକ୍ଷିପ୍ତ ହୋଇ ଗୁପ୍ତେଶ୍ୱରକୁ ଆକ୍ରମଣ କରିଥିଲେ ।ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି ।ପର୍ଯ୍ୟଟକଙ୍କୁ ଜେଟିପି ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।