ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ପ୍ରସଙ୍ଗ

ଶ୍ରୀମନ୍ଦିର ରୋଷ ଘରେ ମାଟି କୁଡୁଆରେ ରନ୍ଧନ ପରମ୍ପରା ଥିବା ବେଳେ କିଛି ସୁପକାର ଲୁହା କଡ଼େଇ ବ୍ୟବହାର କରୁଥିବା ଅଭିଯୋଗ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି।ମହାପ୍ରଭୁଙ୍କ ପାଇଁ ଲୁହା କଡେଇରେ ପ୍ରସ୍ତୁତ ହେଉଛି ଅନ୍ନ ମହାପ୍ରସାଦ। ଏଭଳି ପରମ୍ପରା ବିରୋଧୀ କାର୍ୟ୍ୟ ତୁରନ୍ତ ବନ୍ଦ କରିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଗୁରୁବାର କେତେକ ସୁଆର ସେବକଙ୍କୁ ନୋଟିସ୍ ଜାରି କରାଯାଇଛି। କରୋନା ମହାମାରୀ ସମୟରୁ ପ୍ରାୟ ପାଞ୍ଚ ବର୍ଷ ଧରି ଶ୍ରୀଜଗନ୍ନାଥ ମନ୍ଦିର ରୋଷଶାଳା ଏଭଳି ଅଘଟଣ ଚାଲିଛି। ନିଯୋଗର ଜଣେ କର୍ମକର୍ତ୍ତା ଏ ବିଷୟରେ ସୂଚନା ଦେଇଛନ୍ତି। ଏଥିଯୋଗୁ କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡୁ ନିଯୋଗ, ରୋଷପାଇକ ନିଯୋଗର ସମ୍ପାଦକ ଏବଂ ରୋଷ ଅମୀନ ତୁରନ୍ତ ରୋଷ ପରିଦର୍ଶନ କରି ଏହାକୁ ନିବାରଣ କରିବା ସହ କଡ଼େଇ ଜବତ କରି ୭ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital