ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ପିଟାପିଟି ।

ରାଜ୍ୟ ସରକାରଙ୍କ ତାଗିଦ୍‌ ସତ୍ତ୍ୱେ ସୁଧୁରୁନାହାନ୍ତି ଶ୍ରୀମନ୍ଦିର ସେବାୟତ। ଆଜି ପୁଣି ଲାଗିଛନ୍ତି ପିଟାପିଟି। ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ସେବାୟତ ଗୋଷ୍ଠୀ ପିଟାପିଟି ହୋଇଛନ୍ତି। ଏଥିରେ ଜଣେ ବରିଷ୍ଠ ସେବାୟତ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି |ଏହା ପରେ ସିଂହଦ୍ଵାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।। ଉଭୟଙ୍କ ମଧ୍ୟରୁ କେହି ବି ଥାନାରେ କାହା ନାଁରେ ଏତଲା ଦେଇନାହାନ୍ତି ।ଅଭିଯୋଗ ହେଉଛି ଶ୍ରଦ୍ଧାଳୁଙ୍କୁ ପାଦୁକା ବଣ୍ଟନ ବେଳେ ପାଉଣା ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଥାଇପାରେ। ଆଉ କିଛି କହୁଛନ୍ତି ଆହତ ହୋଇଥିବା ବିଶ୍ୱନାଥ ଖୁଣ୍ଟିଆ ଓ ଆକ୍ରମଣ କରିଥିବା ସେବାୟତମାନେ ଗୋଟିଏ ସମ୍ପର୍କୀୟର। ତେଣୁ କୌଣସି ପାରିବାରିକ ଗଣ୍ଡଗୋଳ ଯୋଗୁ ଏପରି ହୋଇଥିବା ଚର୍ଚ୍ଚା ହେଉଛି।

ଅଧିକ ପଢନ୍ତୁ