ଶ୍ରୀମନ୍ଦିରେ ମାଗଣା ମିଳିବ ଅଭଡ଼ା : ଆଇନ ମନ୍ତ୍ରୀ

ଚାରିଧାମ ଭିତରେ ଜଗନ୍ନାଥ ଧାମ ହେଉଛି ଶ୍ରେଷ୍ଠ ଧାମ । ପ୍ରତିଦିନ ଏଠାକୁ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥାନ୍ତି । ତେବେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା। ମାଗଣା ମିଳିବ ମହାପ୍ରସାଦ କୁଡୁଆ। ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ଯୋଗାଇବାକୁ ଯୋଜନା ଚାଲିଛି |ମନ୍ତ୍ରୀ କହିଛନ୍ତି, ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ଯୋଜନା କରାଯାଉଛି। ଏ ବାବଦରେ ବର୍ଷକୁ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ସରକାରଙ୍କୁ ବର୍ଡନ ନ କରି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ନିଆଯିବ।ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଉଭୟ ଭକ୍ତ ଓ ସେବାୟତ । ସରକାରଙ୍କ ଏଭଳି ଚିନ୍ତାଧାରାକୁ ପୂର୍ବତନ ଶ୍ରୀମନ୍ଦିରର ପରିଚାଳନା କମିଟି ସଦସ୍ୟ ତଥା ମହନ୍ତ ରାମଚରଣ ଦାସ ମହାରାଜ ସ୍ବାଗତ କରିଛନ୍ତି । ସେ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ଯେତିକି ତାଠାରୁ ମହାପ୍ରସାଦର ମାହାତ୍ମ୍ୟ ଅଧିକ ରହିଛି । ତେଣୁ ମହାପ୍ରଭୁଙ୍କ ମହାପ୍ରସାଦର ଯେଭଳି ମର୍ଯ୍ୟାଦା ଭଙ୍ଗ ନହେବେ ସେ ଦିଗରେ ସରକାର ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଅଧିକ ପଢନ୍ତୁ