ଶ୍ରୀମନ୍ଦିର ଅବଢ଼ାରେ ରହିଛି କି ଅପମିଶ୍ରଣ !

ଶ୍ରୀମନ୍ଦିରରେ ବାହାରୁ ଥିବା ମହାପ୍ରଭୁଙ୍କ ଅବଢ଼ାର ମାନ ଯାଞ୍ଚ ହେବ। ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମାନ ଯାଞ୍ଚ ପାଇଁ ସ୍ୱତନ୍ତ୍ର ଭାବ ନିଯୁକ୍ତ ହେବେ ଫୁଡ ଇନସ୍ପେକ୍ଟର। ଏନେଇ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ସରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ବାଲାଜୀ ମନ୍ଦିର ଭଳି ଘଟଣା ଘଟିବା ପୂର୍ବରୁ ସଜାଗ ରହିବାକୁ ପଡ଼ିବ। ଶ୍ରୀଜଗନ୍ନାଥ ମନ୍ଦିରରେ ଏଭଳି ଘଟଣା ଘଟିବାକୁ ଦିଆଯିବନି ବୋଲି ମନ୍ତ୍ରୀ କହିଛନ୍ତି। କେବଳ ଅବଢ଼ା ନୁହେଁ, ମନ୍ଦିରରେ ବ୍ୟବହୃତ ଘିଅର ମଧ୍ୟ ମାନ ଯାଞ୍ଚ କରାଯିବ। ମହାପ୍ରଭୁଙ୍କ ଅବଢ଼ାରେ ଯେଭଳି କୌଣସି ପ୍ରକାର ଅପମିଶ୍ରିତ ଘିଅ ବ୍ୟବହାର ହେବନି। ସେନେଇ ସରକାର ତତ୍ପର ଥିବା ମନ୍ତ୍ରୀ କହିଛନ୍ତି।

ଅଧିକ ପଢନ୍ତୁ