ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା ବେଳେ ବର୍ତ୍ତମାନ ଶେଷ ହୋଇଛି । ବୈଠକ ପରେ କଣ ନିଷ୍ପତ୍ତି ହେଲା ସେନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଘୋଷଣା କରିଛନ୍ତି ।ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରାଯିବ। ପୁରୁଣା ଆଇନରେ ସଂଶୋଧନ କରାଯାଇ କଠୋର ଦଣ୍ଡ ବ୍ୟବସ୍ଥା ହେବ। ଡଃ ପାଢ଼ୀ କହିଛନ୍ତି, ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି ଏବଂ କମିଟି ଆଇନ ପରିବର୍ତ୍ତନ ନେଇ ସରକାରଙ୍କୁ ସୁପାରିସ କରିବ। ସେ କହିଛନ୍ତି, କେବଳ ଜୈବିକ ଚାଉଳରେ କୋଠ ଭୋଗରେ ଅମୃତ ଅନ୍ନ ପ୍ରସ୍ତୁତ ହେବ।ମୁଖ୍ୟ ପ୍ରଶାସକଙ୍କ କହିବା ଅନୁସାରେ, ରତ୍ନଭଣ୍ଡାରର ୫ଟି ବିମ୍ ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ଯାଇଥିଲା । ଭିତର ଓ ବାହାର ରତ୍ନଭଣ୍ଡାରକୁ ସଂଯୋଗ କରୁଥିବା ବିମ୍ ନଷ୍ଟ ହୋଇଥିଲା । ମରାମତି ବେଳେ ଷ୍ଟେନଲେସ୍ ଷ୍ଟିଲ୍ର ବକ୍ସ ବିମ୍ ଲାଗିଛି । ଅକ୍ଷୟ ତୃତୀୟ ପୂର୍ବରୁ ରତ୍ନଭଣ୍ଡାର ମରାମତି ସାରିବା ଲକ୍ଷ୍ୟ ରଖାଯାଇଥିବା ନେଇ ସେ କହିଛନ୍ତି ।
ସେହିପରି ମହାପ୍ରଭୁଙ୍କ ଭିତର ଫଟୋ ଭାଇରାଲ୍ ରୋକିବାକୁ ପଦକ୍ଷେପ ନେବୁ ବୋଲି କହିଲେ ଅରବିନ୍ଦ ପାଢୀ ।