ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ଲଗାଇଲା ପୁରୀ ପୁଲିସ୍

ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହେବା ପରେ ପୁରୀ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ମନ୍ଦିର ଚତୁଃପାର୍ଶ୍ଵରେ ପୋଷ୍ଟର ମାରିଲା ପୁରୀ ପୋଲିସ।ପରିକି ମନ୍ଦିର ପରିସରରେ ମୋବାଇଲ ଫୋନ୍ ମଧ୍ୟ ନିଷେଧ କରାଯାଇଛି। ନିୟମ ଉଲଂଘନକାରୀଙ୍କୁ ଦଣ୍ଡିତ କରାଯିବା ନେଇ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ସୂଚନା ମୁତାବକ, ଜାନୁଆରୀ ୧୯ ତାରିଖରେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଏବଂ ଭିଡିଓ ଭାଇରାଲ ହେଇଥିଲା। ଭାଇରାଲ ଭିଡିଓରେ ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା ।ବର୍ତ୍ତମାନ ପୁଲିସ୍ ଏ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଅଧିକ ପଢନ୍ତୁ

Odisha Darpan Digital