ଶ୍ରୀମନ୍ଦିର ଜଗିବ ଆର୍ମଡ୍‌ ଭେହିକିଲ୍‌

ଶ୍ରୀମନ୍ଦିର ସୁରକ୍ଷାରେ ଯୋଡି ହେଲା କେନ୍ଦ୍ର ସୁରକ୍ଷା ବଳର ବଜ୍ର ଯାନ । ଏଥିରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ରହିଛି l ବଜ୍ର ଯାନ ଦ୍ବାରା ଶ୍ରୀମନ୍ଦିରକୁ ୨୪ ଘଣ୍ଟିଆ ସୁରକ୍ଷା ଦେବେ ସ୍ୱତନ୍ତ୍ର କାମାଣ୍ଡୋ । ଏହି ଅବସରରେ ଡିଜିପିଙ୍କ ସହ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍‌ପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଛନ୍ତି । ଆସନ୍ତା ସ୍ନାନ ପୂର୍ଣ୍ଣିମା ଓ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତର ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷେ ଅପରେଶନ ସିନ୍ଦୂର ପରିପ୍ରେକ୍ଷୀରେ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଥିଲା। ସୁରକ୍ଷାରେ ସ୍ବତନ୍ତ୍ର ବାହିନୀଙ୍କ ମୁତୟନ କରାଯାଇଥିଲା। ୧୫୦ରୁ ଅଧିକ ପୋଲିସ କର୍ମଚାରୀ ଶ୍ରୀମନ୍ଦିରକୁ ଜଗି ରହିଥିଲେ।

ଅଧିକ ପଢନ୍ତୁ

kc ads