ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂଆ ଅକ୍ଷୟ ଦଣ୍ଡ ।

ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂଆ ଅକ୍ଷୟ ଦଣ୍ଡ । ନୀଳଚକ୍ରରେ ନୂଆ ଅକ୍ଷୟ ଦଣ୍ଡ ଲଗାଇଛନ୍ତି ଚୂନରା ସେବାୟତ । ୧୭ ଫୁଟିଆ ନୂତନ ଅକ୍ଷୟ ଦଣ୍ଡ ସ୍ଥାପନ କରାଯାଇଛି ।ନୀଳଚକ୍ରରେ ଲାଗିଥିବା ଅକ୍ଷୟ ଦଣ୍ଡ ଵା ପତିତପାବନ ବାନାକୁ ଧରି ରଖିଥିବା ବାଉଁଶ ଭାଙ୍ଗିଯାଇଥିଲା । ଗତକାଲି ଏଥିରେ ପତିତପାବନ ବାନା ବାନ୍ଧିବା ସମ୍ଭବପର ହୋଇନଥିଲା । ଏଥିପାଇଁ ଗତକାଲି କେବଳ ନୀଳଚକ୍ରରେ ବାନା ବାନ୍ଧିଥିଲେ ଚୁନରା ସେବକ । ଏହା ପରେ ଆଜି ନୂତନ ଅକ୍ଷୟ ଦଣ୍ଡ ସ୍ଥାପନ କରାଯାଇଛି ।ଅକ୍ଷୟ ଦଣ୍ଡ ପୁରୁଣା ହୋଇଗଲେ, ଏହାକୁ ବଦଳା ଯାଇଥାଏ । କିନ୍ତୁ ବିଗତ ଦିନ ମାନଙ୍କରେ ଏହା କେବେ ଭାଙ୍ଗିଯିବାର ଖବର ସାମ୍ନାକୁ ଆସିନଥିଲା । ସେପଟେ ଗତକାଲି ଭାଙ୍ଗିଯାଇଥିବା ଅକ୍ଷୟ ଦଣ୍ଡ ଅଶୁଭ ସଙ୍କେତ ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଅଧିକ ପଢନ୍ତୁ