ଶ୍ରୀମନ୍ଦିର ପତିତପାବନ ବାନା ଉପରେ ବସିଲା ଚିଲ

ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ  l  ଆଜି ଅପରାହ୍ଣରେ ନୀଳ ଚକ୍ର ଉପରେ ଏକ ଚିଲ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଛି  l  ପତିତପାବନ ବାନା ଉପରେ କିଛି ସମୟ ଧରି ବସିଥିଲା ଚିଲ ।  ଏନେଇ ବିଭିନ୍ନ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ସେହିପରି ଗତ କିଛି ମାସ ତଳେ ପୁରୀ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ଏହିଭଳି ଦୃଶ୍ୟ । ଏହି ଦୃଶ୍ୟ ଦେଖି ଭକ୍ତମାନେ କିଛି ସମୟ ପାଇଁ ଚିଲଟିକୁ ଚାହିଁ ରହିଥିଲେ । ତେବେ ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିଥିବାର ନଜିର ମଧ୍ୟ ଆସିଛି ।

ଅଧିକ ପଢନ୍ତୁ