ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦରେ ନିର୍ଦ୍ଧିଷ୍ଟ ତଥ୍ୟ ପ୍ରମାଣ କ’ଣ ରଖିଛ ଦିଅ,ମାମଲାର ଶୁଣାଣିକୁ ୨ ସପ୍ତାହ ଯାଏ ସ୍ଥଗିତ ରଖିଥିବା ଜଣାଯାଇଛି। ଆବେଦନକାରୀ ଭାରତୀୟ ବିକାଶ ପରିଷଦ ଓ ଜଗନ୍ନାଥ ସେନା ସେମାନଙ୍କ ଆୟର ଉତ୍ସ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ ନକଲେ ଆବେଦନକୁ ଖାରଜ କରିଦେବା ନିମନ୍ତେ ହାଇକୋର୍ଟ ଚେତାବନୀ ଦେଇଛନ୍ତି।ଏଥିରେ ବ୍ୟତିକ୍ରମ ହେଲେ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା ସହିତ ଦାୟର ମାମଲାକୁ ଖାରଜ କରିବା ଲାଗି ମଧ୍ୟ ହାଇକୋର୍ଟ ଚେତାବନୀ ଦେଇଛନ୍ତି ।
ମାମଲାର ବିବରଣୀ ଅନୁଯାୟୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାମରେ କେବଳ ୪ଗୋଟି ଶୌଚାଳୟ ଓ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱ ରାସ୍ତା ନିର୍ମାଣ କରାଯାଇଛି। ଏହାର ଉଦ୍ଘାଟନ ପାଇଁ ୧୫୫.୮୮ କୋଟି ଟଙ୍କା ରାଜକୋଷରୁ ବଦଖର୍ଚ୍ଚ ସହିତ ୩୧୮୫ ବସ୍ରେ ଲକ୍ଷାଧିକ ବିଜୁ ଜନତା ଦଳର କର୍ମୀ ଓ ନେତାଙ୍କୁ ଏକତ୍ରିତ କରି ପୁରୀରେ ସମାବେଶ କରାଯାଉଛିି। ଏତେଲୋକ ସମାବେଶ ଦ୍ୱାରା ଓଡ଼ିଶାରେ କରୋନା ପ୍ରସାର ଆଶଙ୍କା ଥିବାରୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ରୋକିବା ପାଇଁ ହାଇକୋର୍ଟଙ୍କୁ ପ୍ରାର୍ଥନା କରାଯାଇଛି।