ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ପାଇଁ ଉଦ୍ୟମ, ଯାହାଙ୍କୁ ଅଟକ ରଖିଛି ପୁରୀ ପୋଲିସ ଓ ଜେଟିପି

ଚପଲପିନ୍ଧି ଶ୍ରୀମନ୍ଦିର ଭିତରେ ପ୍ରବେଶ ଉଦ୍ୟମ କଲେ ଭକ୍ତ । ରାଧାବଲ୍ଲଭ ମଠ ସମ୍ମୁଖ ଗେଟ୍ ଦେଇ ସିଧାସଳଖ ପ୍ରବେଶ କରୁଥିଲେ ।ସିଂହଦ୍ୱାର ଆଗେର ଯୁବକଙ୍କୁ ଅଟକାଇ ଥାନାକୁ ନେଲା ପୋଲିସ । ଚପଲ ପିନ୍ଧି ମନ୍ଦିରକୁ ନ ଯିବାକୁ ବାରଣ କରିବାରୁ ଜେଟିପିଙ୍କ ସହିତ ଯୁବକଙ୍କର ଯୁକ୍ତିତର୍କ ହୋଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ।ଖବର ଅନୁଯାୟୀ, ପ୍ରତିଦିନ ପରି ଆଜି ବି ଭୋର ସମୟରେ ସିଂହଦ୍ୱାର ଖୋଲାଯିବାର ଥିଲା । ହେଲେ ଏହାପୂର୍ବରୁ ଦେଖିବାକୁ ମିଳିଲା ଏକ ଅଭାବନୀୟ ଘଟଣା । ଜଣେ ଯୁବକ ଚପଲ ପିନ୍ଧି ସିଂହଦ୍ୱାରକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ । ଯାହାକୁ ଦେଖି ସୁରକ୍ଷାରେ ନିୟୋଜିତ ଥିବା ପୋଲିସ ଏବଂ ଜେଟିପି ବାରଣ କରିଥିଲେ । ହେଲେ ଯୁବକ ଜଣଙ୍କ ଉଭୟ ପୋଲିସ,ଜେଟିପି ସହ ଯୁକ୍ତିତର୍କ କରିଥିଲେ । ଏହାପରେ ପୋଲିସ ଯୁବକଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖି ପଚରାଉଚରା କରୁଛି । ଯୁବକ ଜଣଙ୍କ ଢେଙ୍କାନାଳର ଲାଲୁ ପ୍ରସାଦ ସାହୁ ବୋଲି ଜଣାପଡିଛି । ଗତକାଲ ଶ୍ରୀମନ୍ଦିରରେ ଛେପ ପକାଇବାକୁ ନେଇ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିବାରୁ ମହାସ୍ନାନ। ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ ହେଉଛି।

ଅଧିକ ପଢନ୍ତୁ

Odisha Darpan Digital