ପୁଣି ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା। ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ମହିଳା ଜଣକ ପଳାଇଛନ୍ତି। ସେଠାରେ ତାଙ୍କୁ ଧରି ଥିଲେ ଜଗନ୍ନାଥ ଟେମ୍ପୁଲ ପୁଲିସ୍। ମହିଳା ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବା ଜଣାପଡ଼ିଛି। କେମିତି ମହିଳା ଜଣକ ଭିତରକୁ ପ୍ରବେଶ କଲେ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟ ହୋଇଛି। ସିଂହଦ୍ଵାର ନିକଟରେ ହୋଇଥିବା ପୋଲିସର ଅସ୍ଥାୟୀ କ୍ୟାମ୍ପକୁ ସମ୍ପୃକ୍ତ ଅଣହିନ୍ଦୁ ମହିଳାଙ୍କୁ ଜେଟିପି ଆଣି ଜିମା ଦେଇଥିଲେ।
ପରେ ପୋଲିସ ଅଣହିନ୍ଦୁ ମହିଳାଙ୍କୁ ପଚରାଉଚୁରା କରିବା ସହ ବ୍ୟାରିକେଡ୍ ବାହାରକୁ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି।ପୂର୍ବରୁ କିଛି ବାଂଲାଦେଶୀ ଶ୍ରୀମନ୍ଦିର ଭିତରେ ପଶିଥିଲେ। ମନ୍ଦିର ସେବାୟତ ଓ ପୁଲିସ୍ ସେମାନଙ୍କୁ ଉଦ୍ଧାର କରି ଆଣିଥିଲା। ପଚରାଉଚରା ପରେ ସେମାନେ ବାଂଲାଦେଶୀ ବୋଲି ଜଣାପଡ଼ିଥିଲା। ପୁଲିସ୍ ସେମାନଙ୍କ କାଗଜପତ୍ର ଯାଞ୍ଚ କରି ଛାଡ଼ିଥିବା ଜଣାପଡ଼ିଛି। ଢିଲା ସୁରକ୍ଷା ଯୋଗୁ ବିଦେଶୀମାନେ ବାରମ୍ୱାର ଶ୍ରୀମନ୍ଦିର ଭିତରେ ପଶୁଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।