ପୁଣିଥରେ ଭିକେ. ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ ପଟ୍ଟନାୟକ। ”ପାଣ୍ଡିଆନ କେବଳ ଦଳ ପାଇଁ ନୁହେଁ ରାଜ୍ୟ ପାଇଁ ମଧ୍ୟ ଅନେକ କାମ କରିଛନ୍ତି। ତେଣୁ ତାଙ୍କୁ କୌଣସି ପ୍ରକାର ବଦନାମ କରିବା ଉଚିତ ନୁହେଁ।’ଆଜି ଦୁଇଟି ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଓ ପିଟିଆଇକୁ ଶ୍ରୀ ପଟ୍ଟନାୟକ କହିଛନ୍ତି, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଏବେ ବିଜୁ ଜନତା ଦଳରେ ନାହାନ୍ତି। ବହୁ ପୂର୍ବରୁ ସେ ଚିଟଫଣ୍ଡ ଦୁର୍ନୀତିରେ ଜଡିତ ହୋଇ ଜେଲ ଯିବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ସେ କହିଛନ୍ତି।ୱାକଅଫ୍ ବିଲ ଭୋଟକୁ ନେଇ ଭାଗ ଭାଗ ହୋଇଯାଇଥିଲା ବିଜେଡି । ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ସ୍ଥିତିକୁ ଉପୁଜିଥିଲା । ଜଣଙ୍କ ପରେ ଜଣେ ନେତା ପାଣ୍ଡିଆନଙ୍କ ନାଁ ନେଇ ଖୋଲାଖୋଲି ବିଦ୍ରୋହ ଆରମ୍ଭ କରିଥିଲେ । ଯେଉଁମାନେ ମୂଳରୁ ନବୀନଙ୍କ ସହ କାମ କରିଛନ୍ତି ସେମାନେ ଏକାଠି ହୋଇ ବିଷୋଦଗାର କରିଥିଲେ ।
ଦଳକୁ ପାଣ୍ଡିଆନଙ୍କ କବଳରୁ ଦଳକୁ ମୁକ୍ତ କରିବା ପାଇଁ ସିଧାସଳଖ ଦାବି କରିଥିଲେ । ଆଉ ନବୀନ ସାମ୍ନାକୁ ଆସି ପ୍ରତିକ୍ରିୟା ରଖନ୍ତୁ ବୋଲି ଦାବି କରିଥିଲେ । ତେବେ ଏତେ ସବୁ ଭିତରେ ସବୁ ଚର୍ଚ୍ଚାରେ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନବୀନ । ଆଉ ପାଣ୍ଡିଆନଙ୍କୁ ଦେଇଛନ୍ତି କ୍ଲିନଚିଟ୍ । ତେଣୁ ତାଙ୍କୁ ସମାଲୋଚନା କରାଯିବ ଉଚିତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଶ୍ରୀ ପାଣ୍ଡିଆନ ୧୦ ମାସ ପୂର୍ବରୁ ଦଳରୁ ଇସ୍ତଫା ଦେଇସାରିଛନ୍ତି ତେଣୁ ତାଙ୍କ ବିଷୟରେ ସମାଲୋଚନାକୁ ନବୀନ ନାପସନ୍ଦ କରିଛନ୍ତି।