ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢ଼ିପି ପଞ୍ଚାୟତ ରଗଡ଼ି ସାହି ଗ୍ରାମରେ ଶ୍ରୀ ରଘୁନାଥ ଜୀଉଙ୍କ ସାମୁହିକ ଗୋଷ୍ଠୀକେନ୍ଦ୍ର ନୂତନ ଗୃହ ଉଦଘାଟନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶ୍ରୀ ରଘୁନାଥ ଜୀଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇ ସାମୁହିକ ଗୋଷ୍ଠୀକେନ୍ଦ୍ର ନୂତନ ଗୃହ ଶୁଭ ଉଦଘାଟନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ଜିଲ୍ଲା ପରିଷଦଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ଗ୍ରାମ ସଭାପତି ଙ୍କ ସମେତ ଗ୍ରାମ୍ୟ ଓ ପଞ୍ଚାୟତ ର ମାନ୍ୟ ଗଣ ବ୍ୟକ୍ତି ଉପସ୍ଥିତ ଥିଲେ।