‘ଶ୍ରୀ ସୃଜନ’ ପକ୍ଷରୁ ଶ୍ରୀରାମ ନବମୀରେ ଭଜନ ସନ୍ଧ୍ୟା

ନୟାଗଡ଼,(ଓଡ଼ିଶା ଦର୍ପଣ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ଶ୍ରୀ ସୃଜନ ପକ୍ଷରୁ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି  ଡ.ବିଜୟ କୁମାର ଚୋୖଧୁରୀ ଏବଂ ସମ୍ପାଦିକା -କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ଭଜନ ସମାରୋହ କାର୍ଯ୍ୟକ୍ରମରେ ଶ୍ରୀ ସୃଜନର ଛାତ୍ରଛାତ୍ରୀ ତଥା କଣ୍ଠଶିଳ୍ପୀ  କାଦମ୍ବିନୀ ମହାପାତ୍ର ,ଝୁମୁରି ସାହୁ, ମଧୁସ୍ମିତା ବେହେରା, ଶୁଭଶ୍ରୀ ମହାପାତ୍ର,ସାଇ  ଅମ୍ରିତ୍ ସାହୁ , ଆରାଧ୍ୟା ,ତିତିକ୍ଷା ପରିଡ଼ା, ସାଇ କ୍ରିଷ୍ଣା ମଣ୍ଡଳ , ଅନନ୍ୟା ମାଧୁରୀ ଦାସ ପ୍ରମୁଖ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ପ୍ରମୋଦ ପଟ୍ଟନାୟକ, ଲକ୍ଷ୍ମୀଧର ମହାପାତ୍ର,ମନୋଜ କୁମାର ମିଶ୍ର, ଲକ୍ଷ୍ମୀଧର ସାହୁ, ଲଳିତ ପରିଡ଼ା, ଆନନ୍ଦ ଦାସ, ଦିଲ୍ଲିପ ସାହୁ, ରେଣୁବାଳା ସାହୁ, ଲକ୍ଷ୍ମୀଧର ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ଭଜନ ସମାରୋହକୁ ବେଶ ଉପଭୋଗ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital