ଶ୍ୱଶୁର କାଟିଲେ ବୋହୂର ନାକ ; ଘରୋଇ କଳିକୁ ନେଇ ଉନ୍ମତ୍ତକାଣ୍ଡ

ଉଗ୍ରରୂପ ନେଲା ପାରିବାରିକ କଳହ । ଫଳରେ ବୋହୂର ନାକ କାଟିଲା ଶ୍ୱଶୁର। ଘଟଣା ଘଟିଛି ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ । ଖବରପାଇ ଗୁରୁଡିଝାଟିଆ ପୋଲିସ ଘଟଣାର ଅଧିଙ୍କ ତଦନ୍ତ କରୁଛି। ସୂଚନା ମୁତାବକ, ଛୋଟପିଲାଙ୍କୁ ଖେଳକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି । ବୃଦ୍ଧ ଜଣକ ହେଉଛନ୍ତି ଅମର ନାୟକ । ତାଙ୍କ ନାତୁଣୀ ଅର୍ଥାତ ବୋହୂ ମୀନାର ନାୟକଙ୍କ ଝିଅ ଏକ ଧାରୁଆ ଛୁରି ଧରି ଖେଳୁଥିଲା । ଏହାକୁ ବାରଣ କରିଥିଲେ ଜେଜେବାପା ଅମର ନାୟକ । ହେଲେ ନାତୁଣୀ ମାନନଥିଲା । ଫଳରେ ତା’କୁ ଚାପୁଡାଟିଏ ପକାଇଥିଲେ ।

ଏହାକୁ କେନ୍ଦ୍ର କରି ଶ୍ୱଶୁର ସହ ଯୁକ୍ତି କରିଥିଲେ ବୋହୂ । ଏହି ଯୁକ୍ତି ମାଡଗୋଳ ଯାଏଁ ଯାଇଥିଲା । ଦୁହେଁ ମୁଥା ମରାମରି ପର୍ଯ୍ୟନ୍ତ କଥା ଯାଇଥିଲା । ଏଥିରେ ନିଜକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର ସେହି ଧାରୁଆ ଛୁରୀରେ ବୋହୂର ନାକ କାଟିଦେଇଥିଲେ ।ଏବେ ବୋହୂଙ୍କୁ ଗୁରୁଡ଼ିଝାଟିଆ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ବୋହୂ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ସଂପୁକ୍ତ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ୍ ।

ଅଧିକ ପଢନ୍ତୁ