ନିଜ ପରିବାର ସହ ଶ୍ୱଶୁର ଘରୁ ନିଜ ଘରକୁ ଫେରୁଥିଲେ ଯୁବକ। ବାରହା ଶିକାର ପାଇଁ ବିଲରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗ୍ରାମ ନିକଟରେ। ମୃତ ଯୁବକ ଜଣଙ୍କ ହେଲେ କଙ୍କିଳି ଗାଁ ମୁଣ୍ଡାସାହିର ସନ୍ତୋଷ ପ୍ରଧାନ।
ସୂଚନା ଅନୁସାରେ ଗତକାଲି ସଂନ୍ଧ୍ୟା ସମୟରେ ସନ୍ତୋଷ ନିଜ ପରିବାର ଲୋକଙ୍କ ସହ ନିଜ ଶଶ୍ୱର ଘର ଗୁଣ୍ଡିଚାନାଳି ଗ୍ରାମରୁ ନିଜ ଗ୍ରାମ କଙ୍କିଳି ଯାଉଥିବା ବେଳେ ବାଉଁଶପାଳ ଗ୍ରାମ ନିକଟରେ ବିଲରେ ପଡ଼ିଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେl ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା lବନବିଭାଗ କାର୍ଯ୍ୟାଳୟଠାରୁ ମାତ୍ର ୪ କିଲୋମିଟର ଦୂରରେ ରହିଥିବା ବାଉଁଶପାଳ ଗ୍ରାମରେ ବର୍ଷର ପ୍ରତ୍ୟେକ ସମୟରେ ବାରହା ଶିକାର କରାଯାଉଥିବା ବେଳେ ବନ ବିଭାଗ ନିରବଦ୍ରଷ୍ଟା, ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି l