ଶ୍ୱଶୁର ଘରେ ସ୍ତ୍ରୀ ଓ ପୁତୁରାକୁ ହାଣିଲା ଜ୍ୱାଇଁ

ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଶଶୁର ଘରେ ସ୍ତ୍ରୀ ଓ ଦେଢ଼ଶାଶୁର ପୁଅକୁ ହାଣିଲା ଜ୍ଵାଇଁ । ଗ୍ରାମବାସୀଙ୍କ ଦ୍ବାରା ଅଭିଯୁକ୍ତକୁ ଅଟକ କରିବା ପରେ ପୋଲିସ ଜିମା ଦେଇଛନ୍ତି। ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଅଭିଯୁକ୍ତ ଗୁଣ୍ଡିଚା ପ୍ରଧାନ ଓରଫ କାଳୁ। ଦୁଇ ବର୍ଷ ହେବ ଶଶୁର ଘରେ ରହୁ ଆସୁଥିଲେ ।ମଙ୍ଗଳବାର ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ଉତ୍ତେଜନା ଲାଗି ରହିଥିଲା । ଏହାପରେ ଜ୍ୱାଇଁ ରାଗିଯାଇ ସ୍ତ୍ରୀ ଓ ପୁତୁରା ହାଣି ପକାଇଛି ।କାଳୁଙ୍କ ସ୍ତ୍ରୀଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ।

ଅଧିକ ପଢନ୍ତୁ

Odisha Darpan Digital