ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ, ରିପୋର୍ଟକୁ ନେଇ ଦ୍ଵନ୍ଦ !

କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନରେ ଚାଲିଥିବା ଜଗନ୍ନାଥପୁର ହାଇସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।ଡାକ୍ତରଖାନାରେ ପରୀକ୍ଷା ପରେ ସାମ୍ନାକୁ ଆସିଲା ସତ୍ୟ । ଛାତ୍ରୀଙ୍କ ସମ୍ପର୍କୀୟ ଶାରୀରିକ ସମ୍ପର୍କ ରଖିଥିବଆ ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ଦିଆ ଯାଇଥିଲା ।

ସୂଚନାମୁତାବକ ବିଦ୍ୟାଳୟକୁ ଗ୍ରସ୍ତ ବେଳେ ଜଣେ ଏଏନଏମ ସନ୍ଦେହ କରି ତିନି ଜଣଙ୍କୁ RBSK କମିଟିକୁ ପଠାଇଥିଲେ। କେନ୍ଦୁଝରରେ ଯାଞ୍ଚ ବେଳେ ଷଷ୍ଠ ଶ୍ରେଣୀର ଜଣେ ଛାତ୍ରୀଙ୍କ ପଜିଟିଭ ବାହାରଥିଲା। ଯାହାକୁ ନେଇ ସନ୍ଦେହ ଉପୁଜିଥିଲା। ପରେ ଚମ୍ପୁଆ ଓ ଯୋଡ଼ା ଡାକ୍ତର ଖାନାରେ ନେଗେଟିଭ ବାହାରିବା ପରେ ଦ୍ୱନ୍ଦ୍ୱରେ ବିଭାଗ ରହିଛି। ତେବେ ଦୁଇ ପ୍ରକାର ରିପୋର୍ଟକୁ ନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ରହିଥିବା ବେଳେ ଏଭଳି ଖାମଖିଆଲ ରିପୋର୍ଟର ତଦନ୍ତ ଦାବି ହେଉଛି। ତେବେ ପୋଲିସ ତଦନ୍ତ ପରେ ସତ୍ୟା ସତ୍ୟ ଜଣାପଡ଼ିବ।

ଅଧିକ ପଢନ୍ତୁ

Odisha Darpan Digital