‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ନିର୍ମାତା ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ

ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିର ନିର୍ମାତା ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ। ବୁଧବାର ମଧ୍ୟରାତ୍ରରେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି। ସେ ନୋଏଡାସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶତାୟୁ ରାମ ସୁତାର ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ।

୧୯୨୫ ଫେବୃଆରୀ ୧୯ରେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଗୋନ୍ଦୁର ଗ୍ରାମରେ ଏକ ସାଧାରଣ ପରିବାରରେ ରାମ ସୁତାରଙ୍କ ଜନ୍ମ। ପିଲାଦିନରୁ ମୂର୍ତ୍ତି ତିଆରି ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେ ମୁମ୍ଵାଇ ସ୍ଥିତ ଜେ.ଜେ ସ୍କୁଲ ଅଫ ଆର୍ଟ ଆଣ୍ଡ ଆର୍କିଟେକଚରରେ ପାଠ ପଢି ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ଭାରତୀୟ ମୂର୍ତ୍ତିକଳାକୁ ନୂଆ ଶିଖରକୁ ନେବା ଦିଗରେ ତାଙ୍କରେ ଉଲ୍ଲେଖନୀୟ ଅବଦାନ ରହିଛି। କେବଳ ଷ୍ଟାଚ୍ୟୁ ଅଫ୍ ୟୁନିଟି ନୁହେଁ ସେ ସଂସଦ ପରିସରରେ ମହାତ୍ମା ଗାନ୍ଧୀଙ୍କ ଧ୍ୟାନ ମୁଦ୍ରାରେ ବସିଥିବା ଏବଂ ଛତ୍ରପତି ଶିବାଜୀଙ୍କ ଘୋଡା ଚଢ଼ିଥିବା ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରିଥିଲେ। ଗୁଜରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବ‌ା ରାମ ଭାଞ୍ଜୀ ସୂତାର ଛଅ ଦଶନ୍ଧି ଧରି ମୂର୍ତ୍ତିକାର ଭାବେ କାମ କରିଥିଲେ। ତାଙ୍କ କାମ ପାଇଁ ୧୯୯୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଅଧିକ ପଢନ୍ତୁ