ଷ୍ଟେସନରେ ପହଞ୍ଚିଲେ ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ । 

ଯାଜପୁର ରୋଡ ଷ୍ଟେସନରେ ପହଞ୍ଚିଲେ ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ । ତାଙ୍କ ଭାଇ ଶିଶିର ନାୟକଙ୍କ ର ଦୁଇ ଝିଅ ଓ ଇତିଶ୍ରୀଙ୍କ ଦୁଇ ଭଉଣୀ। ତେବେ ସିକ୍କିମ୍‌ ବୁଲିବାକୁ ଯାଇ ନିଖୋଜ ହୋଇଯାଇଥିବା ୬ ଜଣ ଓଡ଼ିଆଙ୍କ ଏଯାଏଁ ଖୋଜ ଖବର ମିଳିନାହିଁ । ହେଲେ ସେମାନଙ୍କ ୬ଟି ମୋବାଇଲ ମିଳିଛି । ତିସ୍ତା ନଦୀରୁ ଏହି ୬ଟି ମୋବାଇଲ, ହ୍ୟାଣ୍ଡ୍‌ ବ୍ୟାଗ ମିଳିଛି । ପରିବାର ଲୋକେ ସିକ୍କିମ୍‌ରୁ ନିରାଶ ହୋଇ ଆଜି ଘରକୁ ଫେରିଛନ୍ତି । ତେବେ ବର୍ଷା ପରେ ବନ୍ୟା ସ୍ଥିତିରେ ବେହାଲ ଉତ୍ତର-ପୂର୍ବାଞ୍ଚଳ। ବନ୍ୟା ଯୋଗୁଁ ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ୩୫ ଜଣଙ୍କ ମୃ୍ତ୍ୟୁ ହୋଇଥିବା ସୂଚନା ମିଳିଛି। ଆସାମ, ଅରୁଣାଚଳ ପ୍ରଦେଶ, ମିଜୋରାମ, ତ୍ରିପୁରା, ମେଘାଳୟ, ମଣିପୁରରେ ଗତ ୨ ଦିନ ଭିତରେ ବର୍ଷାର ବିତ୍ପାତ ଅନେକ ଜୀବନ ନେଇଛି। ପ୍ରାୟ ୨ ହଜାରରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି। ତ୍ରିପୁରାରେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ରିଲିଫ୍ ଶିବିର ଖୋଲିଛନ୍ତି।

ଅଧିକ ପଢନ୍ତୁ

kc ads