ଷ୍ଟ୍ରୋକ୍‌‌ର ଲକ୍ଷଣ ବିଷୟରେ ଜାଣନ୍ତୁ

ଯଦି ଅପାଙ୍କ ଛାତିରେ ଯନ୍ତ୍ରଣା ସହ ହଠାତ୍‌‌ ମୁଣ୍ଡରେ ଖୁବ ଜୋରରେ ଯନ୍ତ୍ରଣା ହେବ ତେବେ ଜାଣିବେ ଷ୍ଟ୍ରୋକ୍‌‌ର ଲକ୍ଷଣ ହୋଇପାରେ।ସବୁ ସମୟରେ ଦ୍ୱନ୍ଦ୍ୱ ଲାଗି ରହିବା ସହ ସହଜରେ କୌଣସି କଥାକୁ ବୁଝି ନପାରିବା କିମ୍ବା କଥା କହିବା ସମୟରେ ସମସ୍ୟା ହେବା ମଧ୍ୟ ଷ୍ଟ୍ରୋକ୍‌‌ର ଲକ୍ଷଣ ହୋଇପାରେ।ହଠାତ୍‌‌ ଦୁର୍ବଳ ଅନୁଭବ କଲେ, ହାତ,ଗୋଡ କିମ୍ବା ଶରୀରର କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କଲେ,

ଷ୍ଟ୍ରୋକ୍‌‌ର ଲକ୍ଷଣ ହୋଇପାରେ।ନିୟମିତ ଆଖିରେ ଯନ୍ତ୍ରଣା ସହ ଦେଖିବାରେ ସମସ୍ୟା ଆସିଲେ ।ଚାଲିବାରେ ସମସ୍ୟା ଓ ଯନ୍ତ୍ରଣା, ସଠିକ ଭାବେ ନ ଚାଲି ପାରିବା, ଚାଲିବା ସମୟରେ ମୁଣ୍ଡ ବୁଲାଇବା ଭଳି ଅନୁଭବ ହେବା।

ଅଧିକ ପଢନ୍ତୁ

Odisha Darpan Digital