ସଂଜୀବ ପଣ୍ଡା ହେଲେ କଟକ-ଭୁବନେଶ୍ୱର ଟୁଇନ ସିଟି ପୁଲିସ କମିଶନର

ଆଇଏଏସ ପରେ ଆଇପିଏସ ଏବଂ ବରିଷ୍ଠ ଓପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରାଯାଇଛି। କଟକ-ଭୁବନେଶ୍ୱର ନୂଆ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ୧୯୯୪ ବ୍ୟାଚ୍ ଆଇପିଏସ ଅଫିସର ସଂଜୀବ ପଣ୍ଡା। ଏବେ କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୋଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ସେହିପରି କଟକ ଡିସିପି ପିନାକ ମିଶ୍ରଙ୍କୁ ପୁରୀ ଏସ୍‌ପି ଭାବେ ବଦଳି କରାଯାଇଥିଲା ବେଳେ ପୁରୀ ଏସ୍‌ପି ଥିବା କନୱର ବିଶାଲ ସିଂହଙ୍କୁ କଟକ ଡିସିପି ଦାୟିତ୍ୱ ମିଳିଛି।ହି ପରି ୧୮ ଜଣ ଆଇପିଏସ ଅଫିସରଙ୍କୁ ଅଦଳ ବଦଳ କରାଯାଇଛି।

ସେହିପରି ଡଃ ସନ୍ତୋଷ ଵାଲାଙ୍କୁ ପୁଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ, ହିମାଂଶୁ କୁମାର ଲାଲଙ୍କୁ ଉତ୍ତରାଞ୍ଚଳ ଆଇଜି, ଡଃ ଦୀପକ କୁମାରଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି, ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଂଚଳ ରେଞ୍ଜ ଆଇଜି, ଜେ.ଏନ. ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି,ବନୋଥ ଯୁଗଳ କିଶୋର କୁମାରଙ୍କୁ କେନ୍ଦ୍ରାପଡା ଏସପି, ମଦକର ସନ୍ଦୀପ ସଂପତଙ୍କୁ ଢେଙ୍କାନାଳ ଏସପି, ବିବେକାନନ୍ଦ ଶର୍ମାଙ୍କୁ ମୁଖ୍ୟାଳୟ ଏଆଇଜି, ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି, ଅମରେଶ କୁମାର ପଣ୍ଡାଙ୍କୁ ପୁଲିସ ମୁଖ୍ୟାଳୟ ଏଆଇଜି, ପି. କେ. ମିଶ୍ରଙ୍କୁ ରାଉରକେଲା ରାଉରକେଲା ରେଳବାଇ ଏସପି, ରାମ ପ୍ରସାଦ ସାହୁଙ୍କୁ ଦେବଗଡ଼ ଏସପି, ହରିଶ ବି ସିଙ୍କୁ ରାୟଗଡା ଏସପି, ୟଶପ୍ରତାପ ଶ୍ରିମଲଙ୍କୁ ସୋନପୁର ଏସପି ଭାବେ ଅବସ୍ଥାପିତ କରାଯାଇଛି।

ଅଧିକ ପଢନ୍ତୁ