ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ୭ ଛାତ୍ରୀ

ଜନୈକ ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ହୋଇଛି।ଥାନାରେ ଏତଲା ଦେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ।କିଛି ଦିନ ଧରି ସଂସ୍କୃତ ଶିକ୍ଷକ ନାବାଳିକା ଛାତ୍ରୀଙ୍କୁ ଅସଦାଚାରଣ କରୁଥିବା ଛାତ୍ରୀମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ । ସ୍କୁଲ ପ୍ରଶାସନ ପକ୍ଷରୁ ଶିକ୍ଷକଙ୍କୁ ତାଗିଦ କରାଯାଇଥିଲା । ହେଲେ ବାରମ୍ବାର ତାଗିଦ୍ ସତ୍ତ୍ବେ ସଂସ୍କୃତ ଶିକ୍ଷକ ସୁଧୁରିଲେନି। ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଗୁରୁଣ୍ଡିଆ ଥାନାରେ ଏନେଇ ଏତଲା ଦେଇଥିଲେ । ପ୍ରାୟ ୬ରୁ ୭ ଜଣ ଛାତ୍ରୀ ସଂସ୍କୃତ ଶିକ୍ଷକଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ହେଲେ ବର୍ତ୍ତମାନ ସ୍କୁଲ ବନ୍ଦ ଥିବାରୁ କୌଣସି ତଦନ୍ତ ଆଗେଇ ପାରୁନି ।

ଅଧିକ ପଢନ୍ତୁ