ସ୍କୁଲ ଖୋଲିବାର ପ୍ରଥମ ଦିନରେ ଅଘଟଣ, ପ୍ଲାଷ୍ଟର ଖସି ଫାଟିଲା ମୁଣ୍ଡ

କେନ୍ଦୁଝର ଜିଲ୍ଲା ଘଟଗାଁ ଦେଓଘର ପ୍ରାଥମିକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଗୃହରେ ଛାତ୍ରଛାତ୍ରୀ ମାନେ ବସିଥିବାବେଳେ ହଠାତ୍ ଛାତରୁ ପ୍ଲାଷ୍ଟର ଖସିପଡିଥିଲା। ଫଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଆହତ ହୋଇଥିଲେ। ତେବେ ବିଦ୍ୟାଳୟରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦାୟିତ୍ବହୀନତା ଭାବେ ଛାତ୍ରଙ୍କ କୈାଣସି ଚିକିତ୍ସା ନକରି ଅନ୍ୟ ଏକ ସହପାଠୀ ସହିତ ଛାତ୍ର ଜଣଙ୍କୁ ଘରକୁ ପଠାଇ ଦେଇଥିଲେ । ଏହାକୁ ନେଇ ବିଦ୍ୟାଳୟ ପରିସରରେ କିଛି ସମୟ ପାଇଁ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।ଆହତ ଛାତ୍ର ଦିବ୍ୟାଂଶୁ ମହାନ୍ତି ବୋଲି ଜଣାପଡିଛି। ଦିବ୍ୟାଂଶୁଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ଅଧିକ ପଢନ୍ତୁ

kc ads