ସକାଳେ ଖାଲି ପେଟରେ ଖାଆନ୍ତୁନି ଏହି ସବୁ ଖାଦ୍ୟ

ସକାଳେ କେଉଁ ଖାଦ୍ୟ ଖାଇବେ ତାହା ଜାଣି ରଖିବା ନିହାତି ଆବଶ୍ୟକ। ନଚେତନ୍ ଦିନ ତମାମ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇପାରେ। ଅନେକ ଲୋକ ଖାଲି ପେଟରେ ଫଳ ଖାଇବାକୁ ପସନ୍ଦ କରନ୍ତି। ଏହା ମଧ୍ୟ ଲାଭଦାୟକ। କିନ୍ତୁ କିଛି ଫଳ ଅଛି, ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଉପକାରିତା ଅପେକ୍ଷା ଅପକାରିତା ଅଧିକ ମିଳିଥାଏ,ଖଟା ଫଳଗୁଡିକୁ ସକାଳେ ଖାଲି ପେଟରେ ଖାଇବା ଆଦୌ ଉଚିତ୍ ନୁହେଁ। ବିଶେଷକରି ଅଙ୍ଗୁର ଖାଇବାଠାରୁ ଦୂରେଇ ରୁହନ୍ତୁ। ସାଇଟ୍ରସ୍ ଫଳରେ ପ୍ରଚୁର ଏସିଡ୍ ଥାଏ, ଯାହା ଗ୍ୟାଷ୍ଟ୍ରିକ୍, ଏସିଡ୍ ରିଫ୍ଲକ୍ସ ଏବଂ ପେଟରେ ଉତ୍ତେଜନା ସୃଷ୍ଟି କରିପାରେ। ସେହିପରି କମଳା କିମ୍ବା ଋତୁକାଳୀନ ଫଳକୁ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ। କାରଣ ଏସବୁ ଫଳରେ ସାଇଟ୍ରିକ୍ ଏସିଡ୍ ଥାଏ।ସକାଳେ ଖାଲି ପେଟରେ ଅତ୍ୟଧିକ ତେଲଯୁକ୍ତ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ । ଅତ୍ୟଧିକ ଫ୍ରାଏଡ୍ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ପେଟ ଏବଂ ପାଚନ ତନ୍ତ୍ର ଉପରେ ଅନାବଶ୍ୟକ ପ୍ରେସର ପଡ଼ିଥାଏ, ଯାହା ଫଳରେ ଭାରୀପଣ, ଗ୍ୟାସ ଏବଂ ବଦହଜମୀ ଭଳି ସମସ୍ୟା ହୋଇଥାଏ । ଫ୍ରାଏଡ୍ ଫୁଡରେ ଅଧିକ ଟ୍ରାନ୍ସ ଫ୍ୟାଟ୍ ପରିମାଣ ପେଟ ଫୁଲିବାର କାରଣ ହୋଇପାରେ, ଯାହା ଏସିଡିଟି ବୃଦ୍ଧି କରିପାରେ ଏବଂ ସକାଳେ ଆଳସ୍ୟ ଏବଂ ଥକ୍କାପଣ ସୃଷ୍ଟି କରିପାରେ ।ସକାଳେ ଖାଲି ପେଟରେ ଅମୃତଭଣ୍ଡା ଖାଇବା ମଧ୍ୟ ଲାଭଦାୟକ। ଏହା ବ୍ୟତୀତ ଡାଳିମ୍ବ ଏବଂ ପିଜୁଳି ମଧ୍ୟ ଖାଲି ପେଟରେ ଖାଇ ପାରିବେ। ଯଦି ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥାଏ, ତେବେ ତରଭୁଜ ଏବଂ ଖରଭୁଜ ମଧ୍ୟ ଖାଇପାରିବେ। ଏକ ହେଲ୍ଦି ଏବଂ ହାଲୁକା ଜଳଖିଆ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତୁ । ଜଳଖିଆରେ ଆପଣ ଭିଜା ଡ୍ରାଏ ଫ୍ରୁଟସ, ଓଟ୍ସ କିମ୍ବା କଦଳୀ ମଧ୍ୟ ଖାଇପାରିବେ । ଏହା ବ୍ୟତୀତ, ଆପଣ ଟିକେ ବ୍ରେଡ୍-ଓମଲେଟ୍, ଇଡଲି-ସମ୍ବର, ଦୋସା-ସାମ୍ବର, ସିଝା ଅଣ୍ଡା କିମ୍ବା ସେଓ ମଧ୍ୟ ଖାଇପାରିବେ ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

ଅଧିକ ପଢନ୍ତୁ

Odisha Darpan Digital