ସଂଗ୍ରାମ ସଭାପତି, ଦାମୋଦର ସମ୍ପାଦକ ଓ ସୁଶାନ୍ତ(ଜଗୁ) ସଂଗଠନ ସମ୍ପାଦକପ୍ରେସ କ୍ଲବର ନୂତନ କର୍ମକର୍ତା ଚୟନ ଶେଷ।।

ରାୟଗଡ଼ା : ପ୍ରେସକ୍ଲବ ରାୟଗଡ଼ା ପକ୍ଷରୁ ଚଳିତ ବର୍ଷର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂତନ କମିଟି ସଦସ୍ୟ ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ଅଧିକାରୀଭାବେ କ୍ଲବର ଆଇନ ପରାମର୍ଶଦାତା ମଦନମୋହନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପ୍ରକ୍ରିୟା କରାଯାଇ ସଭାପତି, ସାଧାରଣ ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତା ଚୟନ କରାଯାଇଥିଲା । ପ୍ରସ୍ତାବକ ଓ ସମର୍ଥକଙ୍କ ଅନୁସାରେ ଏବଂ ସର୍ବସମ୍ମତି କ୍ରମେ ସଭାପତି ଭାବେ ସଂଗ୍ରାମ କେଶର ପଟନାୟକ, ସାଧାରଣ ସମ୍ପାଦକ ଭାବେ ୱାଇ.ଦାମୋଦର, ଉପସଭାପତି ଭାବେ ଶିବସାଇ ବକ୍ସିପାତ୍ର, ସଂଗଠନ ସମ୍ପାଦକ ଭାବେ ସୁଶାନ୍ତ ପ୍ରଧାନଙ୍କୁ ଚୟନ କରାଯାଇଛି । ସେହିଭଳି ଯୁଗ୍ମ ସମ୍ପାଦକ ଭାବେ ସୁଶାନ୍ତ ଦାସ ଏବଂ କୋଷାଧ୍ୟକ୍ଷ ଭାବେ ସୀମାଂଚଳ ପଣ୍ଡାଙ୍କୁ ଚୟନ କରାଯାଇଛି । ଏତଦବ୍ୟତିତ ସୁବ୍ରତ କୁମାର ଚୌଧୁରୀ ଓ ବିଏଚ.ନାଗରାଜୁଙ୍କୁ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଚୟନ କରାଯାଇଛି । ଏହାପରେ ସମସ୍ତ ସଦସ୍ୟ ନବନିର୍ବାଚିତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ସଭାପତି ଯୋଗେଶ୍ୱର ଦାସ, ପୂର୍ବତନ ସାଧାରଣ ସମ୍ପାଦକ ରଞ୍ଜନ ରଥ, ଗୋପରଞ୍ଜନ ବକ୍ସିପାତ୍ର, ବି.ଶ୍ରୀନିବାସ, ଗୋପାଳ ଅଧିକାରୀ, ସନ୍ତୋଷ ସାହୁ, ବାଲକ୍ରିଷ୍ଣା ପଟନାୟକ, କେ.ନୀତିନ ଚୌଧୁରୀଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ