ସଡ଼କ ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଏବଂ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ‘ପ୍ରଧାନମନ୍ତ୍ରୀ ରାହତ’ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାର ସଫଳ ରୂପାୟନ ପାଇଁ ଓଡ଼ିଶା ପୁଲିସ୍ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଡିସିପି ମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଯୋଜନା ଅଧୀନରେ ଦୁର୍ଘଟଣାର ଶିକାର ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଏହି ବ୍ୟବସ୍ଥାରେ ପୁଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଯାଇଛି । ଏହି ବ୍ୟବସ୍ଥାରେ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଯାଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ, ସାଧାରଣ ଆହତଙ୍କ କ୍ଷେତ୍ରରେ ୨୪ ଘଣ୍ଟା ଏବଂ ଗୁରୁତର ଆହତଙ୍କ କ୍ଷେତ୍ରରେ ୪୮ ଘଣ୍ଟା ମଧ୍ୟରେ ଇ-ଡିଏଆର୍ (eDAR) ପ୍ଲାଟଫର୍ମରେ ତଥ୍ୟ ଯାଞ୍ଚ ଓ ଅନୁମୋଦନ କରିବାକୁ ପୋଲିସକୁ କୁହାଯାଇଛି । ଯଦି ଦୁର୍ଘଟଣା ଅନ୍ୟ କୌଣସି ଥାନା ଅଞ୍ଚଳରେ ଘଟିଥାଏ, ତେବେ ମାତ୍ର ୩ ଘଣ୍ଟା ମଧ୍ୟରେ ଅଧିକାର କ୍ଷେତ୍ର ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କ୍ୟାସଲେସ୍ ଚିକିତ୍ସା: ଦୁର୍ଘଟଣା ପରଠାରୁ ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ
- ସମୟ ସୀମା: ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଆବଶ୍ୟକ
- ପୁଲିସ୍ ପ୍ରସ୍ତୁତି: ପ୍ରତ୍ୟେକ ଜିଲ୍ଲାରେ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯିବଜାଲିଆତି ରୋକିବା:* ଚିକିତ୍ସା ନାମରେ ହେଉଥିବା ଜାଲିଆତି ରୋକିବା ପାଇଁ ସିସିଟିଭି ଏବଂ ଟୋଲ୍ ତଥ୍ୟର ସହାୟତା ନିଆଯିବ
