ସଡ଼କ ସୁରକ୍ଷା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ:ଆଉ ହେବନି ଦୁର୍ଘଟଣା, ଗାଡ଼ିରେ ଲାଗିବ ସେନସର

ଦୁର୍ଘଟଣା ଏଡାଇବାକୁ ମାଷ୍ଟରପ୍ଲାନ୍ । ଏଥିପାଇଁ ଗାଡିରେ ଲଗାଯିବ ସେନସର । ୨୦୨୬ ଶେଷ ସୁଦ୍ଧା ଭେଇକିଲ୍-ଟୁ-ଭେଇକିଲ୍ (V2V) ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ସମସ୍ତ ନୂଆ ଗାଡ଼ିରେ ମାତ୍ର ୫/୭ ହଜାର ଟଙ୍କାରେ ଏହି ସେନସର ଲଗାଯିବ । ଯାହା ଫଳରେ ରାସ୍ତାରେ କିଛି ଅସୁବିଧା ଥିଲେ ବୁଲାଣି ସ୍ଥାନରେ ଏହି ସେନସର ଗାଡ଼ି ଚାଳକକୁ ଅଲର୍ଟ କରିବ, ସେହିପରି ଟ୍ରକ ବସରେ ଗାଡ଼ି ଚାଳକକୁ ନିଦ ଲାଗିଲେ ଏହା ଆଲର୍ଟ କରିବ ।କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଏହି ପ୍ରଣାଳୀ ବିଶେଷ ଭାବରେ ରାସ୍ତା କଡ଼ରେ ଠିଆ ହୋଇଥିବା ଯାନଗୁଡ଼ିକ ସହିତ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଯାନଗୁଡ଼ିକର ଧକ୍କାକୁ ଏଡ଼ାଇବାରେ ସାହାଯ୍ୟ କରିବ। ଶୀତଦିନେ ଘନ କୁହୁଡ଼ି ସମୟରେ ହେଉଥିବା ବହୁଳ ଦୁର୍ଘଟଣାକୁ ରୋକିବାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହେବ।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ସଚିବ ଭି. ଉମାଶଙ୍କର କହିଛନ୍ତି ଯେ ଏହି ପ୍ରକଳ୍ପର ମୋଟ ଆନୁମାନିକ ଖର୍ଚ୍ଚ ପ୍ରାୟ ୫,୦୦୦ କୋଟି ଟଙ୍କା ରହିଛି। ସିଷ୍ଟମର ଖର୍ଚ୍ଚ ଉପଭୋକ୍ତାମାନଙ୍କୁ ବହନ କରିବାକୁ ପଡ଼ିବ, କିନ୍ତୁ ମୂଲ୍ୟ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ପ୍ରଥମେ ନୂତନ ଯାନବାହନରେ ଏହି ଉପକରଣ ସ୍ଥାପନ କରାଯିବ।

ଅଧିକ ପଢନ୍ତୁ