ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ।ବାଲେଶ୍ବର ଜଳେଶ୍ବର ବାଲିଆପାଳ ଥାନା ନାରାୟଣପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ନାରାୟଣପୁର ଗାଁର ରାଜେନ୍ଦ୍ର ସାମନ୍ତରାୟଙ୍କ ଝିଅ ମାଳତ୍ରୀ ଗାଁର କରୁଣାକର କବିଙ୍କୁ ୭ ବର୍ଷ ପୂର୍ବେ ବିବାହ କରିଥିଲେ । ଉଭୟଙ୍କର ୨ଜଣ ସନ୍ତାନ ରହିଛନ୍ତି । ତେବେ ବିବାହ ପରଠାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ତେବେ ନିର୍ଯାତନା ସହିନପାରି ଗତ ଏକ ମାସ ହେବ ସେ ବାପ ଘରକୁ ପଳାଇ ଆସିଥିଲେ ।
ଗତକାଲ ରାତିରେ କରୁଣାକର ଶ୍ବଶୁର ଘରେ ପହଞ୍ଚି ପାଟିତୁଣ୍ଡ କରିବା ସହ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଚିତ୍କାର ଶୁଣି ଗାଁଲୋକେ ପହଞ୍ଚି ଜ୍ବାଇଁକୁ କାବୁ କରି ପୋଲିସ ଜିମା ଦେଇଥିଲେ। ଗୁରୁତର ଙ୍କୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
