ସତ୍ୟନଗରରେ ହେବ ଉତ୍ତମଙ୍କ ଶେଷକୃତ୍ୟ

ସତ୍ୟନଗରରେ ହେବ ଶେଷକୃତ୍ୟ । ଶୁକ୍ରବାର ଦିନ ୧୧.୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ଉତ୍ତମଙ୍କ ପାର୍ଥିବ ଶରୀର । ଏହାପରେ ଭୁବନେଶ୍ବର ସ୍ଥିତ ବାସଭବନକୁ ଆସିବ ମରଶରୀର । ସେଠାରେ ଶେଷ ଦର୍ଶନ ପାଇଁ ସେଠାରେ ୩ରୁ ୪ ଘଣ୍ଟା ରହିବ ମରଶରୀର । ସତ୍ୟନଗର ଶ୍ମଶାନରେ ହେବ ଉତ୍ତମଙ୍କ ଶେଷକୃତ୍ୟ । ତେବେ ସ୍ୱାମୀଙ୍କୁ ହରାଇ ମେଦାନ୍ତ ହସ୍ପିଟାଲରୁ ଫେରିଛନ୍ତି ଅପରାଜିତା । ବିମାନବନ୍ଦରରୁ ସିଧା ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ଯାଇଛନ୍ତି ଅପରାଜିତା । ଛାତିରେ କୋହ ଓ ଆଖିରେ ଲୁହକୁ ଚାପି ଧରି ଫେରିଛନ୍ତି ଅପରାଜିତା । ଉତ୍ତମଙ୍କ ଶୋକରେ ଭାଙ୍ଗିପଡ଼ିଛନ୍ତି ସେ । ଶାନ୍ତ୍ୱନା ଜଣାଇବା ପାଇଁ ଘରେ ବନ୍ଧୁ ଓ ପ୍ରିୟଜନଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ