ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ନିଜ ପ୍ରେମକୁ ସାକାର କରିବା ପାଇଁ ସ୍ଲୋଭାକିଆର ଜଣେ ଯୁବତୀଙ୍କୁ ଓଡ଼ିଆର ଜଣେ ଯୁବକ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ତେବେ ପାରଳାଖେମୁଣ୍ଡିରରାଜୀବ ସିଙ୍ଗାପୁରରେ କାମ କରୁଥିବା ବେଳେ ଏକ ହସ୍ପିଟାଲରେ ଏନାଙ୍କ ସହ ତାଙ୍କର ଦେଖା ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘ ବର୍ଷ ଧରି ରାଜୀବଙ୍କ ସଂସ୍ପର୍ଶରେ ରହିବା ପରେ ଏନା ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଭଲ ପାଇ ବସିଥିଲେ। ପରେ ଏସଂପର୍କରେ ଉଭୟେ ନିଜ ନିଜ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି।ଭାରତୀୟ ସଂସ୍କୃତି ପ୍ରତି ଏବେ ବିଭିନ୍ନ ପାଶ୍ଚାତ୍ୟ ଦେଶର ଲୋକେ ଆକୃଷ୍ଟ ହେଉଛନ୍ତି। ଯାହା ଏକ ଖୁସିର କଥା ବୋଲି କହିଛନ୍ତି ବୁଦ୍ଧିଜୀବୀ। ପ୍ରେମକୁ ସଫଳ କରିବା ପାଇଁ ସ୍ଲୋଭାକିଆରୁ ପାରଳାଖେମୁଣ୍ଡି ଭଳି ଏକ ଉପାନ୍ତ ଅଞ୍ଚଳରେ ପହଞ୍ଚିବା ଏବଂ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କରିବା ଏନାଙ୍କ ସମର୍ପିତ ପ୍ରେମକୁ ଦର୍ଶାଉଛି।
