ସୁନୀତା ୱିଲିୟମ୍ସ ଫେରିବାକୁ ନେଇ ଖୁସି ହେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ଟିମ ପୃଥିବୀକୁ ଫେରିବା ନେଇ ଖୁସି ବ୍ୟକ୍ତ କରିଛନ୍ତି । ୯ ମାସ ମହାକାଶରେ ରହିବା ପରେ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଫେରିଛନ୍ତି । ତେବେ ମହାକାଶରୁ ଫେରିବା ପରେ ସୁନୀତା ୱିଲିୟମ୍ସ ଏବଂ ୱିଲମୋରଙ୍କୁ ସାରା ଦୁନିଆ ଅଭିନନ୍ଦନ ଜଣାଇଛି ।ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନୀତା ୱିଲିୟମ୍ସଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି ଯେ, ଆପଣଙ୍କୁ ସ୍ୱାଗତ, # Crew9! ପୃଥିବୀ ତୁମକୁ ବହୁତ ମନେ ପକାଇଛି ।

 ଏହା ସେମାନଙ୍କର ଧୈର୍ଯ୍ୟ, ସାହସ ଏବଂ ଅସୀମ ମାନବୀୟ ଭାବନାର ପରୀକ୍ଷା ।ସୁନୀତା ୱିଲିୟମ୍ସ ଏବଂ #Crew9 ମହାକାଶଚାରୀ ପୁଣିଥରେ ଆମକୁ ଦେଖାଇଛନ୍ତି ସଂକଳ୍ପ ଏବଂ ଧୈର୍ଯ୍ୟର ପରିଭାଷା କ’ଣ । ସେମାନଙ୍କର ଅତୁଟ ଦୃଢତା ସଂକଳ୍ପ ସର୍ବଦା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରିତ କରିବ ।

ଅଧିକ ପଢନ୍ତୁ