ସନ୍ଧେହ କରି ପ୍ରେମିକାର ବେକ କାଟିଦେଲା ପ୍ରେମିକ

ବ୍ଲେଡ୍‌ ସାହାଯ୍ୟରେ ପ୍ରେମିକାର ବେକ କାଟିଲା ପ୍ରେମିକ । ଗୁରୁତର ଅବସ୍ଥାରେ ପ୍ରେମିକା ନିକଟସ୍ଥ ମେଡିକାଲରେ ଭର୍ତ୍ତି । ପ୍ରେମିକକୁ ଥାନାରେ ଅଟକ ରଖିଛି ପୁଲିସ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଇଟାମୁଣ୍ଡି ଛକରେ ଏଭଳି ଘଟଣା ଘଟିଛି ।ସୂଚନାମୁତାବକ , କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପ୍ରେମିକ ଯଶିପୁର ଥାନା ମହାରାଜପୁର ଗାଁରେ ଜନୈକା ଯୁବତୀଙ୍କୁ କିଛି ଦିନ ହେବ ପ୍ରେମ କରୁଥିଲେ । ସବୁ ଠିକ୍‌ଠାକ୍‌ ଚାଲିଥିଲା । ହେଲେ ରବିବାର ବିଳମ୍ବିତ ରାତିରେ ପ୍ରେମିକା ଜଣଙ୍କ ଅନ୍ୟ କଲରେ ବ୍ୟସ୍ତ ଥିବା ବେଳେ ଫୋନ୍‌ ନକାଟିବାରୁ ରାଗିଯାଇଥିଲା ପ୍ରେମିକ । ଶେଷରେ ଉତ୍‌କ୍ଷିପ୍ତ ହୋଇ ପ୍ରେମିକ ଜଣଙ୍କ ଘରେ ପଶି ପ୍ରେମିକାର ବେକକୁ ବ୍ଲେଡ୍‌ରେ କାଟିଦେଇଛି । ଯାହାପରେ ଗୁରୁତର ଅବସ୍ଥାରେ ପ୍ରେମିକାକୁ ନିକଟସ୍ଥ ଯଶିପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital