ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ରବି ଧାନ ପାଇଁ ପଞ୍ଜୀକରଣ ସରିଛି । ଏଥର ଆମେ ୨୦ଟି ଜିଲ୍ଲାକୁ ନେଇଛୁ । ଆଗରୁ ୧୭ ଜିଲ୍ଲାରେ ପଞ୍ଜୀକରଣ ହେଉଥିଲା । ପଞ୍ଜୀକରଣ ପରେ ସାଟେଲାଇଟ୍ ସର୍ଭେ କରାଯିବ । ସପ୍ତାହେ ଭିତରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ମଣ୍ଡି ଦାୟିତ୍ୱରେ ରହିବେ ନୋଡାଲ ଅଫିସର । ଆମର ଟାର୍ଗେଟ୍ ୧୫ ଲକ୍ଷ ମେଟ୍ରିକ୍ ଟନ୍ ରହିଛି । ଅନ୍ୟପଟେ ଓଡିଶା ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ଥିବା କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯଥେଷ୍ଟ ପରିମାଣରେ ଆତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମହୁଜଦ ରହିଛି । କୌଣସି ପ୍ରକାର କଳାବଜାରୀକୁ ପ୍ରଶୟ ଦିଆଯିବ ନାହିଁ । ସରକାରଙ୍କ ଟାର୍ଗେଟରେ ରହିଛି ମାର୍କେଟ କହିଲେ ଯୋଗାଣ ମନ୍ତ୍ରୀ ।
