ସବକା ବିନାଶ ସବକା ହତାଶ:ବିଜେଡି ବିଧାୟକ ଅରୁଣ ସାହୁ ।

ଗୃହରେ ମୁଲତବୀ ପ୍ରସ୍ତାବରେ ଭାଗ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ । କହିଲେ,ଦରବୃଦ୍ଧି ରୋକିବାରେ ସରକାର ବିଫଳ ହୋଇଛନ୍ତି । ଡବଲ ଇଞ୍ଜିନ ସରକାରରେ ମୁଁ ଭାବିଥିଲି ଗୋଟେ ମିଛ କହିବେ କିନ୍ତୁ ଡବଲ ମିଛ କହୁଛନ୍ତି । ଅରୁଣ ଆହୁରି କହିଥିଲେ, କେବଳ ବ୍ୟାଙ୍କରେ ଟଙ୍କା ରଖିଲେ ଶୁଦ୍ଧ କମିଛି । ନିବେଶରେ ରିଟର୍ନ କମିଛି, ଲୋକଙ୍କର ପ୍ରାପ୍ୟ କମିଛି । ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ କମିଛି । ଯେଉଁ ଭଳି ରଙ୍ଗ ବଦଳାଉଛନ୍ତି ରଙ୍ଗର ମୂଲ୍ୟ ବଢିବା ସ୍ଵାଭାବିକ । ନିର୍ବାଚନ ସରିବା ପରେ ସରକାର ଯଦି ଅନ୍ଧ ମୁକ ବଧିର ପାଲଟେ, କାହାକୁ କହିବେ। ବ୍ୟବସାୟୀଙ୍କ କଥା କହିଲେ ଆପଣ ମାନଙ୍କୁ ବାଧିବ। କାହିଁକି ନା ଆପଣ ଆଦାନୀ ଓ ଅମ୍ବାନୀଙ୍କ ସହ ଅଛନ୍ତି ।

କର୍ପୋରେଟ ହାଉସ ମୁନାଫା ପାଇଲେ ରାଜ୍ୟବାସୀ ହନ୍ତସନ୍ତ୍ ହେବେ । ହେଡ୍ ସାର୍ ଯେତେବେଳେ ଓଡ଼ିଶା ଆସିଥିଲେ ସେତେବେଳେ କହିଥିଲେ କି ଓଡ଼ିଶାରେ ପରିବର୍ତ୍ତନ ଲାଅ ଓ ଓଡ଼ିଶାକୁ ଏକ ନମ୍ୱର୍ କର । କିନ୍ତୁ ସବୁଥିରେ ଦରଦାମ ମାଡ଼। ଶୋଇବା ଖାଇବା ପିନ୍ଧିବା ଠୁ ନେଇ ଅନ୍ୟାନ୍ୟର ଦରଦାମ ନ କହିଲେ ଭଲ । ମନ୍ତ୍ରୀ ଏକ ନମ୍ୱର୍ ହାଟକୁ ଗଲେ କିନ୍ତୁ ଅମ୍ବାନୀଙ୍କ ରିଲିଆନ୍ସକୁ ଗଲେନି କାହିକିଁ ନା ଲକ୍ଷଣ ରେଖା ଟାଣ ଯାଇଛି ।ବିରୋଧୀ ଦଳରେ ବସିଥିବା ବେଳେ କହୁଥିଲ VAT କମାଅ ଏବେ ତୁମେ ସେପଟେ କମାଉନ। ତୁମ ନାରା ବର୍ତ୍ତମାନ ସବକା ସାଥ ସବକା ବିକାଶ ସବକା ପ୍ରୟାସ ସବକା ବିଶ୍ବାସ। ଏବେ ଏଥିରେ ଯୋଡି ହୋଇଛି *ସବକା ବିନାଶ ସବକା ହତାଶ।

ଅଧିକ ପଢନ୍ତୁ